Only for Entertainment

ରିଲିଜ ହେଲା ଓଡିଆ ମ୍ୟୁଜିକ ଭିଡିଓ ‘ଫନା’, ଦେଖନ୍ତୁ ଭିଡିଓ

YouTube
135

ହ୍ୟୁମାନ୍ ସାଗରଙ୍କ ସ୍ୱରରେ ମୁକ୍ତିଲାଭ କଲା ଓଡିଆ ରୋମାଂଟିକ୍ ଗୀତ ‘ଫନା’ । ଗୀତରେ ହ୍ୟୁମାନଙ୍କ ସହ କଣ୍ଠଶିଳ୍ପୀ ଗୀତିଶ୍ରୀଙ୍କ ଆକର୍ଷଣୀୟ ଗାୟିକୀ ମଧ୍ୟ ଶୁଣିବାକୁ ମିଳିଛି । ଏହି ଆକର୍ଷଣୀୟ ଗୀତରେ ନାୟକ ଭାବେ ନଜର ଆସିଛନ୍ତି ଚନ୍ଦନ୍ ଓ ନାୟିକା ଭାବେ ଶୁଭସ୍ମିତାଙ୍କୁ ଦେଖିବାକୁ ମିଳିଛି । ଦୁହିଁଙ୍କ ଭିତରେ ହାଲ୍କା – ଫୁଲ୍କା ରୋମାନ୍ସ ଦେଖିବାକୁ ମିଳିଛି ଏହି ଗୀତରେ । ଗୀତର କୋରିଓଗ୍ରାଫି କରିଛନ୍ତି କମଳାକାନ୍ତ । ଓଡିଶାର ଭିନ୍ନ ଭିନ୍ନ ଲୋକେସନରେ ଏହି ଗୀତର ସୁଟିଂ କରାଯାଇଛି ।

ଏହି ରୋମାଂଟିକ୍ ମ୍ୟୁଜିକ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି କେ.ଡି ସିପୁନ୍ । ଆକର୍ଷଣୀୟ ମ୍ୟୁଜିକ୍ ସହ ଦମଦାର୍ ଲିରିକ୍ସ ଗୀତଟିକୁ କରିଛି ଆହୁରି ଖାସ । ଓଡିଆ ୱାନ୍ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ଗୀତର ସଙ୍ଗୀତ ଭାର ତୁଲାଇଛନ୍ତି ବୈଦନାଥ ଦାସ । ଏବଂ ଗୀତର ଲିରିକ୍ସ ଦେଇଛନ୍ତି ଖିତିସ୍ କୁମାର୍ । ଗୀତଟିକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More