Only for Entertainment

ଜିମି ସେରଗିଲଙ୍କ ‘ଫ୍ୟାମିଲି ଅଫ ଠାକୁରଗଂଜ’ର ଟ୍ରେଲର ରିଲିଜ ।

22

ସାହେବ ବିବି’ ରେ ଏକା ସାଙ୍ଗରେ କାମ କରିବା ପରେ ପୁଣିଥରେ ସାଥି ହୋଇ ପରଦାକୁ ଫେରୁଛନ୍ତି ଆକ୍ଟର ଜିମି ସେରଗିଲ ଏବଂ ମାହି ଗିଲ । ଜିମ୍ମି ସେରଗିଲ୍ ଏବଂ ମାହି ଗିଲ୍ ଅଭିନୀତି ଫିଲ୍ମ ‘ଫ୍ୟାମିଲି ଅଫ୍ ଠାକୁରଗଞ୍ଜ’ର ଅଫିସିଆଲ ଟ୍ରେଲର୍ ରିଲିଜ୍ ହୋଇଯାଇଛି। ଟ୍ରେଲରଟି ରିଲିଜ ହେଉ ହେଉ ସୋଶାଲ ମିଡିଆରେ ଧୁମ ମଚାଇ ଦେଇଛି। ଏଥିରେ ମାହି ଖୁବ୍ ବୋଲ୍ଡ ଅନ୍ଦାଜରେ ଡାଏଲଗ କହୁଥିବା ନଜର ଆସୁଛନ୍ତି। ଲିଡ୍‌ ଆକ୍ଟର ଜିମ୍ମିଙ୍କୁ ମଧ୍ୟ ଏକ ନିଆରା ରୂପରେ ଏକଦମ୍‌ ଦବଙ୍ଗ ଅନ୍ଦାଜ୍‌ରେ ଦେଖିବାକୁ ମିଳୁଛି।ଫିଲ୍ମର ଟ୍ରେଲର ବନ୍ଧୁକ ଓ ଗୁଳିରେ ଆରମ୍ଭ ହେଉଛି। ଏକ ସମ୍ଭ୍ରାନ୍ତ ପରିବାରର କାହାଣୀକୁ ନେଇ ଫିଲ୍ମ ନିର୍ମାଣ ହୋଇଛି। ଏଥିରେ ଆକ୍ସନ ସହ ଭରପୁର କମେଡି ବି ରହିଛି। ଟ୍ରେଲରରେ ଗୋଟିଏ ପରେ ଗୋଟିଏ ଜବରଦସ୍ତ ଡାଇଲଗ୍‌ ରହିଛି ଯାହାକି ଦର୍ଶକଙ୍କର ଫିଲ୍ମ ପ୍ରତି ଉତ୍ସାହକୁ ଆହୁରି ବଢ଼ାଇଦେଉଛି।

 

ଫିଲ୍ମରେ ଜିମ୍ମି ଓ ମାହିଙ୍କ ବ୍ୟତୀତ ସୌରଭ ଶୁକ୍ଳା, ମୁକେଶ ତିଓ୍ୱାରୀ, ସୁପ୍ରିୟା, ୟଶପାଲ ଶର୍ମା ଓ ପଓ୍ୱନ ମାଲହୋତ୍ରା ମଧ୍ୟ ବେଶ୍ ଭଲ ଅଭିନୟ କରିଛନ୍ତି। ମନୋଜ ଝାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଂଗୀତ ଦାୟିତ୍ୱରେ ଅଛନ୍ତି ସାଜିଦ୍-ଓ୍ୱାଜିଦ୍। ଜୁଲାଇ ୧୯ରେ ଫିଲ୍ମଟି ରିଜିଲ୍ ହେବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More