Only for Entertainment

ପୁଣି ଝଲସିଲା ଐଶ୍ୱର୍ଯ୍ୟାଙ୍କ ଗ୍ଲାମରସ୍ ଅନ୍ଦାଜ ‘ଫନ୍ନେ ଖାନ୍’ରେ ସାଜିଲେ ପପ୍ ଗାୟିକା ‘ବେବି’

youtube
0 54

ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବେଶ କିଛି ଦିନର ବ୍ୟବଧାନ ପରେ ପରଦାକୁ ଫେରୁଛନ୍ତି ଏକ ଗ୍ଲାମରସ୍ ଅନ୍ଦାଜ ସହ । ଆଗାମୀ ବଲିଉଡ୍ ଫିଲ୍ମ ‘ଫନ୍ନେ ଖାନ୍’ରେ ସ୍ଥାନ ପାଇବ ଐଶ୍ଙ୍କ ଦମଦାର୍ ଅଭିନୟ । ଏହି ମ୍ୟୁଜିକାଲ୍ ଡ୍ରାମା ଚଳଚ୍ଚିତ୍ରରେ ଐଶ୍ୱର୍ଯ୍ୟାଙ୍କୁ ପପ୍ ଗାଇକା ବେବି ସିଂ ଚରିତ୍ରରେ ଦେଖିବାକୁ ମିଳିବ । ଯାହାର ଝଲକ ଦେଖିବାକୁ ମିଳିଛି ମୁକ୍ତିଲାଭ କରିଥିବା ମହବତ୍ ଗୀତରେ । ଗୀତରେ ଐଶ୍ଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି । ତନିଷ୍କ ବାଗଚିଙ୍କ ସଙ୍ଗୀତରେ ଏହି ଗୀତରେ କଣ୍ଠଦାନ କିରଛନ୍ତି ସୁନିଧି ଚୌହ୍ୱାନ । ଏହି ଦମଦାର୍ ଗୀତର ଲିରିକ୍ସ ଦେଇଛନ୍ତି ଇରସାଦ୍ କାମଲି । ୨ ବର୍ଷର ବ୍ୟବଧାନ ପରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପରଦାରେ ନିଜ ଜଲୱା ଭେଟିଦେବାକୁ ଯାଉଛନ୍ତି ।

୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ନିର୍ଦ୍ଦେଶକ କରଣ ଜୋହର୍ଙ୍କ ଫିଲ୍ମ ଏ ଦିଲ୍ ହୈ ମୁସ୍କିଲ୍ରେ ଶେଷଥର ପାଇଁ ଐଶ୍ଙ୍କୁ ପରଦାରେ ଦେଖିବାକୁ ମିଳିଥିଲା । ଫିଲ୍ମରେ ସବା ନାମକ ଜଣେ ସାୟେରା ଭୂମିକାରେ ନଜର ଆସିଥିଲେ ଏହି ସୁନ୍ଦରୀ । ଏହାଛଡା ଏହି ସିନେମାରେ ଐଶ୍ଙ୍କୁ ରଣବିର୍ କପୁର୍ଙ୍କ ସହ ରୋମାନ୍ସ କରିବାରେ ଦେଖିବାକୁ ମିଳିଥିଲା । ସିନେମାଟି ହିଟ୍ ହୋଇ ନଥିଲେ ବି, ଐଶ୍ୱର୍ଯ୍ୟାଙ୍କ ଅଭିନୟକୁ ଅଡିଏନ୍ସ କରିଥିଲେ ଢେର୍ ପସନ୍ଦ । ବଲିଉଡ୍ର ଏହି ଗ୍ଲାମରସ୍ ନାୟିକାଙ୍କ ବିୟୁଟି ଓ ଷ୍ଟାଇଲ୍ରେ ଫିଦା ହୋଇଥାନ୍ତି ତାଙ୍କର ଅଗଣିତ ଫ୍ୟାନ୍ । ଯେଉଁମାନେ ସବୁବେଳେ ଚାହିଁଥାନ୍ତି ଐଶ୍ୱର୍ଯ୍ୟା ପରଦାକୁ ଆସନ୍ତୁ ଭିନ୍ନ ଭିନ୍ନ ଚରିତ୍ର ସହ । ଆଉ ନିଜ ପ୍ରଶଂସକଙ୍କ ପାଇଁ ଏହି ବଲିଉଡ୍ ଡିଭା ଏବେ ଭେଟିଦେବାକୁ ଯାଉଛନ୍ତି ଚଳଚ୍ଚିତ୍ର ଫନ୍ନେ ଖାନ୍ । ଅଗଷ୍ଟ ୩ରେ ପରଦାକୁ ଆସିବ ଏହି ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More