Only for Entertainment

ଶମ୍ମୀ କପୁରଙ୍କ ଗୀତ ‘ବଦନ ପେ ସିତାରେ ଲପେଟେ ହୁଏ’ର ରିମେକରେ ନଜର ଆସିବେ ଅନିଲ କପୁର ।

Indian Bollywood Cinema
0 39

ଅନିଲ କପୁର, ରାଜ କୁମାର ରାଓ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଫିଲ୍ମ ‘ଫନ୍ନେ ଖାଁ’ ୩ ଅଗଷ୍ଟରେ ରିଲିଜ ହେବ । ଏପର୍ଯ୍ୟନ୍ତ ଫିଲ୍ମର ଯେଉଁ ଗୀତ ରିଲିଜ ହୋଇଛି ତାହାକୁ ଜନତାଙ୍କ ଭଲ ରେସ୍ପନ୍ସ ମିଳିଛି । କବର ଅନୁସାରେ ଫିଲ୍ମର ଆଗାମୀ ଗୀତ ଖୁବ ଖାସ ରହିବ । ଏହି ଗୀତ ଶମ୍ମୀ କପୁରଙ୍କ ଫିଲ୍ମ ‘ପ୍ରିନ୍ସ’ର ଗୀତ ‘ବଦନ ପେ ସିତାରେ ଲପେଟେ ହୁଏ’ର ରିକ୍ରିଏଟ ଭର୍ସନ ହେବ । ଏହି ଗୀତରେ ଅନିଲ କପୁର ନଜର ଆସିବେ ।

ସବୁଠାରୁ ବଡ କଥା ହେଉଛି ଏହି ଗୀତର ବାସ୍ତବିକ ମ୍ୟୁଜିକ ଏବଂ ଲିରିକ୍ସରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏହି ରିକ୍ରିଏଟ ଭର୍ସନରେ କେବଳ ଓରିଜିନାଲ ଗାୟକଙ୍କ ସ୍ୱର ଶୁଣିବାକୁ ମିଳିବ ନାହିଁ । କହିରଖୁଛୁ ଯେ ଏହି ଗୀତକୁ ପ୍ରଖ୍ୟାତ କଣ୍ଠଶିଳ୍ପୀ ମୋହମ୍ମଦ ରଫି ଗାଇଥିଲେ । ଗୀତକୁ ଶମ୍ମୀ କପୁର ଏବଂ ବୈଜନ୍ତିମାଳାଙ୍କୁ ନେଇ ସୁଟ କରାଯାଇଥିଲା । ଏହି ରିକ୍ରିଏଟ ଭର୍ସନରେ ଅନିଲ କପୁର ଶମ୍ମୀ କପୁରଙ୍କ କିଛି ଆଇକନିକ ଡ୍ୟାନ୍ସ ମ୍ୟୁଭସ କରୁଥିବାର ନଜର ଆସିବେ ।

ଫିଲ୍ମର ନିର୍ଦ୍ଦେଶକ ଅତୁଲ ମାଞ୍ଜେସକରଙ୍କ କହିବା ଅନୁସାରେ ଫିଲ୍ମରେ ଅନିଲ କପୁର ଏକ ଅକେଷ୍ଟ୍ରା ସିଙ୍ଗର ଭାବେ ନଜର ଆସିବେ । ଏପରି ଲୋକ ମୋହମ୍ମଦ ରଫି ଏବଂ ଶମ୍ମୀ କପୁରଙ୍କୁ ଭଗବାନଙ୍କ ପରି ପୂଜା କରିଥାନ୍ତି । ତେବେ ଦେଖିବାକୁ ବାକି ରହିଲା ଏହି ମ୍ୟୁଜିକାଲ ଡ୍ରାମା ଫିଲ୍ମ ଦର୍ଶକଙ୍କୁ କେତେ ମାତ୍ରାରେ ପସନ୍ଦ ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More