Only for Entertainment

ସୁପରହିଟ ହେଲା ନାଗୀନ-୩ର ପ୍ରଥମ ଦୁଇ ଅଧ୍ୟାୟରେ କରିଷ୍ମା ଏବଂ ଅନୀତା ଦର୍ଶକଙ୍କୁ କଲେ ଖୁସି ।

koimoi
0 74

ଏକତା କପୁରଙ୍କ ଟିଭି ଶୋ’ ‘ନାଗୀନ-୩’ର ପ୍ରଥମ ଏବଂ ଦ୍ୱିତୀୟ ଏପିସୋଡ ଧମାକା କରିଛି । ଏହି ସୋ ପ୍ରଥମ ଦୁଇ ସିରିଜ ଭଳି ଦର୍ଶକଙ୍କ ମନ କିଣିବାରେ ସକ୍ଷମ ହୋଇପାରିଛି । ସିରିଅଲର ଆରମ୍ଭ ପ୍ରଥମ ଦୁଇ ଭାଗରେ ଥିବା ମୁଖ୍ୟ ରୋଲ ମୋନି ରୟଙ୍କ ଠାରୁ ଆରମ୍ଭ ହୋଇଥିଲା । ଯାହାର ସ୍ଥାନ ଏବେ କରୀଷ୍ମା ତନ୍ନାଙ୍କୁ ମିଳିଛି । ଏଥର ନାଗୀନର ଏହି ଭାଗରେ କରୀଷ୍ମା ତନ୍ନା, ଅନୀତା ହଂସନଦାନୀ ଏବଂ ସୁରଭି ଜ୍ୟୋତି ମୁଖ୍ୟ ଭୂମିକାରେ ନଜର ଆସିବେ । ସୋ’ର କାହାଣୀ ଆରମ୍ଭ ଇଚ୍ଛାଧାରୀ ପ୍ରେମୀ ନାଗଙ୍କ ଠାରୁ ଆରମ୍ଭ ହେଉଛି , ଯେଉଁଥିରେ କିଛି ଲୋକ ନାଗକୁ ମାରି ଦେଉଛନ୍ତି ।

ସୋ’ର ପ୍ରଥମ ଏପିସୋଡରେ ଦେଖିବାକୁ ମିଳିଥିଲା ଯେ ନାଗୀନ ନିଜର ପ୍ରେମୀ ନାଗ ସହ ୧୦୦ବର୍ଷ ପୂରିବା କାରଣରୁ ଅମାବାସ୍ୟା ରାତିରେ ବିବାହ କରିବାକୁ ଯାଇଥାନ୍ତେ ମାତ୍ର କିଛି ଲୋକ ଏହା ହେବା ପୂର୍ବରୁ ନାଗକୁ ମାରି ଦେଉଛନ୍ତି । ଏହାପରେ ଆରମ୍ଭ ହେଉଛି ପ୍ରତିଶୋଧ । କାହାଣୀ ପୁରୁଣା ଲାଗୁଥାଇ ପାରେ ମାତ୍ର ଏଥର କିଛି ଭିନ୍ନ ରୂପରେ ଦେଖିବାକୁ ମିଳିବ ଏହି କାହାଣୀ ।

ନାଗୀନ ରୁପରେ କରୀଷ୍ମା ଏବଂ ଅନୀତାଙ୍କୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ଯେହେତୁ ଏହା କେବଳ ୱିକେଣ୍ଡରେ ପ୍ରସାରିତ ହୁଏ ତେଣୁ ଏହାର ପରବର୍ତ୍ତୀ ଅଧ୍ୟାୟ ଦେଖିବାକୁ ୫ଦିନର ଲମ୍ବା ଅପେକ୍ଷା କରିବାକୁ ପଡିବ ଦର୍ଶକଙ୍କୁ । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ସୋ’ର ଆରମ୍ଭ ଗତ ଶନିବାର ଅର୍ଥାତ ୨ଜୁନରୁ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More