Only for Entertainment

ୟେ ହେ ମୋହବତେ ସିରିଅଲକୁ ନେଇ ବିବାଦ, ଏକତା କପୁର କହିଲେ ପସନ୍ଦ ନାହିଁ ତ ଦେଖ ନାହିଁ !

livehindustan
0 52

ଏକତା କପୁରଙ୍କ ସବୁଠାରୁ ପପୁଲାର ସୋ’କୁ ବନ୍ଦ କରିବାକୁ ଫ୍ୟାନ୍ସ ମାନେ ସୋସିଆଲ ମିଡିଆରେ ସ୍ୱରଉତ୍ତୋଳନ କରିବା ଆରମ୍ଭ କରିଦେଲେଣି । ଏହି କାରଣରୁ ଟ୍ୱିଟରରେ #EndYHM ହାଶଟ୍ୟାଗର ବନ୍ୟା ବ୍ୟାପିପାରେ ଲାଗିଲାଣି । ମାତ୍ର ଏହି ସମସ୍ତ ପରେ ସୋ’ର ପ୍ରଡ୍ୟୁସର ଏକତା କପୁର ପଛଘୁଂଚା ନଦେଇ ୟୁଜର୍ସଙ୍କୁ କଡା ଜବାବ ଦେଇଛନ୍ତି ।

ଏକତା ତାଙ୍କ ଟ୍ୱିଟର ଅକାଉଂଟରେ ଖୋଲାଖୋଲି ଭାବେ ଜଣାଇଛନ୍ତି ଯେ ଯଦି ଆପଣଙ୍କୁ ସୋ’ ପସନ୍ଦ ଆସୁନାହିଁ ଦେଖିବା ବନ୍ଦ କରି ଦିଅନ୍ତୁ , କାରଣ ସୋ’ର କାହାଣୀ ଦର୍ଶକଙ୍କ ଅନୁସାରେ ହୋଇ ନଥାଏ । ସେ ଅନୁରୋଧ କରି କହିଛନ୍ତି ହ୍ୟାଶଟ୍ୟାଗ ଆଦି ନକରନ୍ତୁ , ପଛେ ସୋ’ ଦେଖିବା ବନ୍ଦ କରି ଦିଅନ୍ତୁ । ସେ ଏହା ମଧ୍ୟ ଲେଖିଛନ୍ତି ଦର୍ଶକଙ୍କୁ ସେ ଖୁବ ଭଲ ପାଆନ୍ତି ଏବଂ ସମ୍ମାନ ମଧ୍ୟ କରନ୍ତି , ମାତ୍ର କ୍ରିଏଟିଭ ଏକ୍ସପର୍ଟ ରେଟିଂ ଏବଂ ଟିଭି ନିୟମ ମୁତାବିକ ସେ କାମ କରନ୍ତି । ଏହି ସୋ’ ସମସ୍ତ ଫ୍ୟାନ୍ସଙ୍କ ପାଇଁ ଅଟେ ।

ଏହି ସୋ ବନ୍ଦ କରିବାକୁ କୁହାଯାଇଥିବା ପଛର କାହାଣୀ ହେଉଛି ଈଷିତା ନିଜ ପୁଅର ମର୍ଡର କରୁଥିବାର ନଜର ଆସିଛନ୍ତି ଯାହା ଦର୍ଶକଙ୍କୁ ପସନ୍ଦ ଆସି ନାହିଁ ଏବଂ ଆହୁରି ଅନେକ ଅଜବଗଜବ ସିନ କାରଣରୁ ଦର୍ଶକ ସିରିଅଲକୁ ପସନ୍ଦ କରୁନାହାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More