Only for Entertainment

ଫରାହ ଖାନଙ୍କ ଟ୍ୱିଟ ଦେଖିବା ପରେ ଭାଙ୍ଗିଯିବ ଅଧା ବଲିଉଡ ହିରୋଙ୍କ ହୃଦୟ

hindirush
148

ଗତକାଲି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ରିଲିଜ ହୋଇଛି ବଲିଉଡ ଫିଲ୍ମ ‘ୱାର’ । ସବୁଠାରୁ ଖାସ କଥା ହେଉଛି ଫିଲ୍ମରେ ପ୍ରଥମ ଥର ପାଇଁ ଟାଇଗର ସ୍ରଫ ଏବଂ ହ୍ରିତିକ ରୋଶନଙ୍କୁ ଏକା ସାଙ୍ଗରେ ପରଦାରେ ଦେଖିବାକୁ ମିଳିଛି । ଫିଲ୍ମ ରିଲିଜ ପୂର୍ବରୁ ଫିଲ୍ମ ସୁପରହିଟ ହେବାକୁ ନେଇ ଯେତିକି ଚର୍ଚ୍ଚା ହୋଇଥିଲା ହୁଏତ ତାହା ସତ ହୋଇପାରେ । ଦର୍ଶକଙ୍କୁ ଫିଲ୍ମ ଖୁବ ପସନ୍ଦ ଆସୁଛି । କେବଳ ଫ୍ୟାନ୍ସ ନୁହଁନ୍ତି ବରଂ ବଲିଉଡ ସେଲିବ୍ରେଟୀ ମଧ୍ୟ ଏହାର ପ୍ରଶଂସା ନକରି ରହିପାରୁ ନାହାଁନ୍ତି । ନିକଟରେ ଦିଶା ଟାଇଗର ଏବଂ ହ୍ରିତିକଙ୍କୁ ଏକା ସାଙ୍ଗରେ ରୂପେଲି ପରଦାରେ ଦେଖି ସେମାନଙ୍କର ଯୋଡ଼ିକୁ ଖୁବ ପସନ୍ଦ କରିଛନ୍ତି ବା ଫ୍ୟାନ ହୋଇ ଯାଇଛନ୍ତି କହିଲେ ଭୁଲ ହେବ ନାହିଁ ।

 

କେବଳ ଦିଶା ନୁହଁନ୍ତି ବଲିଉଡ ନିର୍ଦ୍ଦେଶିକା ଫରାହ ଖାନ ତାଙ୍କ ଟ୍ୱିଟର ଆକାଉଂଟରେ ଏକ ଟ୍ୱିଟ କରିଛନ୍ତି । ଯେଉଁଥିରେ ସେ କ୍ୟାପ୍ସନରେ ଲେଖିଛନ୍ତି ଫିଲ୍ମରେ ହ୍ରିତିକଙ୍କ ପ୍ରବେଶ ଦ୍ୱାରା ତାଳି ମାଡ଼ରେ କମ୍ପି ଉଠିଥିଲା ହଲ ଏବଂ ବ୍ରେଦଲେସ ହୋଇ ଯାଇଥିଲେ ଦର୍ଶକ । ତେବେ ସେ ପ୍ରତ୍ୟେକ ସଟ ରେ ତାଙ୍କର ବେଷ୍ଟ ଦେଇଛନ୍ତି । ଏହା ଅବିଶ୍ୱସନୀୟ । ମୁଁ ଜାଣିଛି ଏହାକୁ ନାଚୁରାଲ କରିବା ପାଇଁ ସେ କେତେ କଠିନ ପରିଶ୍ରମ କରିଥିବେ । ତେବେ ଫରାହ ହ୍ରିତିକଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More