Only for Entertainment

୧୫ ବର୍ଷ ପୂର୍ବେ ରିଲିଜ ହୋଇଥିବା ଶାହରୁଖ ଖାନଙ୍କ ଏହି ଫିଲ୍ମର ନିର୍ମାଣ ହେବ ସିକ୍ୱଲ

Catch News
35

ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ଏବଂ ନିର୍ଦ୍ଦେଶିକା ଫରାହ ଖାନ ୨୦୦୪ରେ ଏକ ଫିଲ୍ମ ନିର୍ମାଣ କରିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ଧମାଲ କରିଥିଲା । ଏହି ଫିଲ୍ମ ରିଲିଜ ହେବାର ୧୫ ବର୍ଷ ହୋଇ ସାରିଥିବା ବେଳେ ଫିଲ୍ମର ସିକ୍ୱଲକୁ ନେଇ ଏବେ ଖୁବ ଚର୍ଚ୍ଚା ହେଉଛି । ଏହି ଫିଲ୍ମରେ ଶାହରୁଖ ଖାନ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଆଜ୍ଞା ହଁ, ଆମେ କହୁଛୁ ଫିଲ୍ମ ‘ମେଁ ହୁଁ ନା’ ବିଷୟରେ । ଏହି ଫିଲ୍ମ ବକ୍ସ ଅଫିସରେ ଧମାଲ କରିବା ସହିତ ଲୋକଙ୍କୁ ମଧ୍ୟ ଖୁବ ପସନ୍ଦ ଆସିଥିଲା ।

srk

ଖବର ଅନୁସାରେ ଫିଲ୍ମ ରିଲିଜ ହେବାର ୧୫ ବର୍ଷ ପରେ ଫରାହ ଖାନ ନିଜର ସୁପରହିଟ ଫିଲ୍ମ ‘ମେଁ ହୁଁ ନା’ର ରିମେକ ନିର୍ମାଣ କରିବା ପାଇଁ ଚାହୁଁଛନ୍ତି । ଫରାହ ନିକଟରେ କହିଥିଲେ- ‘ ମୁଁ ଆଶା ଏବଂ ପ୍ରାର୍ଥନା କରୁଛି ଯେ, ‘ମେଁ ହୁଁ ନା’ର ସିକ୍ୱଲ ନିର୍ମାଣ ହେଉ । ଏବଂ ଏହାର ସିକ୍ୱଲ ପାଇଁ ମୋ ପାଖରେ ଏକ ଆଇଡିଆ ଅଛି । ଏହା ଏବେ ଶାହରୁଖ ଖାନଙ୍କ ଉପରେ ନିର୍ଭର କରେ । ‘ମେଁ ହୁଁ ନା’କୁ ଲୋକେ ଆଜି ମଧ୍ୟ ଦେଖିବାକୁ ପସନ୍ଦ କରିଥାନ୍ତି ।’

କହିରଖୁଛୁ ଯେ, ଏହି ଫିଲ୍ମରେ ଶାହରୁଖ ଖାନଙ୍କ ବ୍ୟତିତ ସୁଷ୍ମିତା ସେନ, ଜାୟଦ ଖାନ, ଅମୃତା ରାଓ, ସୁନିଲ ସେଟ୍ଟୀଙ୍କ ପରି କଳାକାର ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More