Only for Entertainment

‘ତୁଫାନ’ର ଫଷ୍ଟ ଲୁକ ପୋଷ୍ଟର ରିଲିଜ, ବକ୍ସର ଭାବରେ ନଜର ଆସିଲେ ଫରହାନ ଅଖ୍ତର, ଜାଣନ୍ତୁ କେବେ ରିଲିଜ ହେବ ଫିଲ୍ମ

hindirush
43

ବଲିଉଡ ଆକ୍ଟର ଫରହାନ ଅଖତରଙ୍କ ‘ ଦ ସ୍କାଇ ଇଜ୍ ପିଙ୍କ’ର ଧମାକାଦାର ଟ୍ରେଲର ପରେ ଏବେ ତାଙ୍କର ଆଉ ଏକ ଆଗାମୀ ଫିଲ୍ମ ‘ତୁଫାନ’ର ଫଷ୍ଟ ଲୁକ ପୋଷ୍ଟର ରିଲିଜ ହୋଇଛି । ପୋଷ୍ଟରରେ ଫରହାନ ଏକ ବକ୍ସର ଲୁକରେ ନଜର ଆସିଛନ୍ତି । ଫରହାନଙ୍କ ଏହି ଲୁକ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ୍ ବଢାଇ ଦେଇଛି । ଫିଲ୍ମର ପୋଷ୍ଟର ଦେଖି କେହି ମଧ୍ୟ କହିଦେବଯେ ଏହା ସ୍ପୋର୍ଟସ ବ୍ୟାକଗ୍ରାଉଣ୍ଡ ଉପରେ ଆଧାରିତ ।

 

ପୋଷ୍ଟରରେ ଫରହାନ ଏକ ବକ୍ସିଂ ରିଙ୍ଗ ମଧ୍ୟରେ ନଜର ଆସିଛନ୍ତି । ଏକ ହାତରେ ବକ୍ସରଙ୍କ ଭଳି ବକ୍ସିଂ ଗ୍ଲୋବ୍ସ ମଧ୍ୟ ପିନ୍ଧିଛନ୍ତି । ଫିଟ ବଡି ସହିତ ଫ୍ୟାନ୍ସଙ୍କ ମଧ୍ୟରେ ସସପେନ୍ସ ବଢାଇ ଦେଇଛନ୍ତି ଫରହାନ । ନିଜେ ଫରହାନ ଫିଲ୍ମର ପଷ୍ଟ ଲୁକ ପୋଷ୍ଟର ସୋସିଆଲ ମିଡିଆ ଆକାଉଂଟ ଇଂଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଫିଲ୍ମ ୨୦୨୦ରେ ରିଲିଜ ହେବ ବୋଲି ମଧ୍ୟ କ୍ୟାପ୍ସନରେ ଲେଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More