Only for Entertainment

ବଲିଉଡକୁ ନୂଆ ଭେଟି ଦେଲା ଫରହାନ ଅଖତର ।

youtube
41

ରିଲିଜ ହୋଇଛି ଅଭିନେତା,କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ଫରହାନ ଅଖତରଙ୍କ ନୂଆ ହିନ୍ଦୀ ଗୀତ । ଏହି ସ୍ୟାଡସଙ୍ଗ ପାଇଁ ଫରହାନ କଣ୍ଠଦାନ କରିବା ସହ ଏହାକୁ ଲେଖିଛନ୍ତି ।ଗୀତର କମ୍ପୋଜ ଭାର ତୁଳାଇଛନ୍ତି ରୋଚକ କୋହଲୀ । ଏହା ଫରହାନଙ୍କ ପ୍ରଥମ ସୋଲୋ ହିନ୍ଦୀ ସଙ୍ଗ ।ଯାହାର ଟାଇଟେଲ ରହିଛିଜାନେ ୟେ କ୍ୟୁଁ କିୟା। ବିଦେଶରେ ସୁଟିଂ ହୋଇଥିବା ଏହି ଗୀତରେ ଦେଖିବାକୁ ମିଳିଛି ଲଭ-ବ୍ରେକଅପ ପରେ ନିରାଶ ପ୍ରେମିକର କାହାଣୀ ।ବିଦେଶରେ ସମ୍ପୂର୍ଣ୍ଣ ଭାବେ ଏହାର ସୁଟିଂ କରାଯାଇଛି ।ଫରହାନଙ୍କ ସହ ବିଦେଶୀ କଳାକାରଙ୍କ ଅଭିନୟ ରହିଛି ।ତେବେ ଚଳିତ ବର୍ଷ ଫରହାନ ନିଜ କ୍ୟାରିୟରରେ ଗୋଟେ ପରେ ଗୋଟେ ଏକ୍ସପେରିମେଂଟ କରିଛନ୍ତି ।ପ୍ରଥମ ଥର ପାଇଁ ଫରହାନ ତେଲୁଗୁ ଗୀତରେ କଣ୍ଠଦାନ କରିବା ପରେ ଏବେ ନିଜ ପ୍ରଥମ ସୋଲୋ ହିନ୍ଦୀ ଗିତ ସହ ଦର୍ଶକଙ୍କ ପାଖରେ ପହଁଚିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More