Only for Entertainment

ଖୁବ ଶ୍ରୀଘ୍ର ବିବାହ କରିପାରନ୍ତି ଫରହାନ ଅଖତର-ଶିବାନୀ ଦାଣ୍ଡେକର, ଏହା ହେଉଛି ପ୍ରମାଣ !

Indiatoday
41

ବଲିଉଡ ଅଭିନେତା ଫରହାନ ଅଖତର ଏବେ ନିଜ ରିଲ ଲାଇଫ ଅପେକ୍ଷା ରିଅଲ ଲାଇଫକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଅଭିନେତ୍ରୀ ଶିବାନୀ ଦାଣ୍ଡେକରଙ୍କ ସହିତ ତାଙ୍କର ସମ୍ପର୍କକୁ ନେଇ ଏବେ ଜୋର ସୋରର ଆଲୋଚନା ଦେଖିବାକୁ ମିଳୁଛି । ଦୁହେଁ ନିଜ ରିଲେସନକୁ ନେଇ ଖୋଲା ଖୋଲି ଭାବେ ସ୍ୱିକାର କରିନଥିଲେ ମଧ୍ୟ ପରୋକ୍ଷ ଭାବେ ସ୍ୱିକାର କରିଛନ୍ତି । ଦୁହିଁଙ୍କୁ ଏକାଠି ଅନେକ ସ୍ଥାନରେ ସ୍ପଟ କରାଯାଇଥାଏ । ଏପରି କି ଦୁହେଁ ସୋସିଆଲ ମିଡିଆରେ ଫଟୋ ସେୟାର ମଧ୍ୟ କରିଥାନ୍ତି । ଏବେ ଫରହାନ ଅଖତର ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏପରି ଏକ ଫଟୋ ପୋଷ୍ଟ କରିଛନ୍ତି ଯାହାକୁ ଦେଖିଲେ ଲାଗୁଛି ଦୁହେଁ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ।

 

ଆଜ୍ଞା ହିଁ, ଫରହାନ ସେୟାର କରିଥିବା ଫଟୋରେ ତାଙ୍କର ଏବଂ ଶିବାନୀଙ୍କ ହାତ ଦେଖିବାକୁ ମିଳିଛି । ଦୁହେଁ ପରସ୍ପରର ହାତ ଧରିବା ସହିତ ରିଙ୍ଗ ପିନ୍ଧିଥିବାର ନଜର ଆସିଛି । ଏହି ଫଟୋ ଏବଂ ଲୋକଙ୍କ କମେଣ୍ଟରୁ ତ ଏବେ ଏହା ଜଣା ପଡୁଛି ଯେ, ଫରହାନଙ୍କ ଘରେ ଶୀଘ୍ର ଶାହାନାଇ ବାଜିପାରେ ।

ଏହା ପୂର୍ବରୁ ମଧ୍ୟ ଫରହାନ ଭାଲେଣ୍ଟାଇନ ସପ୍ତାହରେ ଶିବାନୀଙ୍କ ସହିତ ଏହ ଫଟୋ ପୋଷ୍ଟ କରିଥିଲେ । ଯାହା ତାଙ୍କ ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସିଥିଲା । ଫରହାନଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ପ୍ରିୟଙ୍କାଙ୍କ ସହିତ ‘ସ୍କାଏ ଇଜ ପିଙ୍କ’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More