Only for Entertainment

ଭାଲେଣ୍ଟାଇନ ୱିକରେ ରୋମାଣ୍ଟିକ ଅନ୍ଦାଜରେ ଫରହାନ ଅଖତର, ଲେଡି ଲଭଙ୍କ ସହିତ ସେୟାର କଲେ ଫଟୋ

India
55

ବଲିଉଡ ଅଭିନେତା ଓ ନିର୍ଦ୍ଦେଶକ ଫରହାନ ଅଖତର ଏବେ ଶିବାନୀ ଦାଣ୍ଡନେକରଙ୍କ ସହିତ ରିଲେସନସିପକୁ ନେଇ ଚର୍ଚ୍ଚାରେ । ଦୁହେଁ ସୋସିଆଲ ମିଡିଆରେ ନିଜର ଭଲପାଇବାକୁ ଅଫିସିଆଲ କରିଦେଇିଛନ୍ତି । ଭାଲେଣ୍ଟାଇନ ୱିକରେ ଫରହାନ ଅଖତର ଗର୍ଲଫେଣ୍ଡ ଶିବାନୀଙ୍କ ସହିତ ଏକ ଫଟୋ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋ ସେୟାର କରିବା ସହିତ ଫରହାନ କ୍ୟାପସନରେ ଶିବାନୀଙ୍କ ପାଇଁ ଏକ ସୁନ୍ଦର କବିତା ମଧ୍ୟ ଲେଖିଛନ୍ତି । ଫରହାନଙ୍କ ଏହି ରୋମାଣ୍ଟିକ ଅନ୍ଦାଜ ତାଙ୍କ ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସିଛି ।

 

ଫରହାନ ଫଟୋ ସେୟାର କରି ଲେଖିଥିଲେ, ‘ତୁମ ମୁସକୁରାଓ ଜରା, ଚିରାଗ ଜଲା ଦୋ ଜରା, ଅନେ୍ଧରା ମିଟା ଦୋ ଜରା, ରୋଶନୀ ଫୈଲା ଦୋ ଜରା,’ । ଫରହାନଙ୍କ ଏହି ପ୍ୟାର ଭରା କବିତା ପଢିବା ପରେ ଶିବାନୀ ଏବେ କ’ଣ ରିଆକ୍ଟ କରୁଛନ୍ତି ତାହା ଦେଖିବା ବାକି ରହିଲା ।

କହିରଖୁଛୁ ଯେ, କିଛି ଦିନ ପୂର୍ବେ ଫରହାନଙ୍କ ସହିତ ତାଙ୍କ ସମ୍ପର୍କକୁ ନେଇ ଶିବାନୀଙ୍କୁ ପଚରା ଯିବାରୁ ସେ କହିଥିଲେ, ‘ମୁଁ ଏହି ସମ୍ପର୍କକୁ ନେଇ କିଛି ଭାବୁ ନାହିଁ । ଆମେ ସୋସିଆଲ ମିଡିଆରେ ଯାହା ସେୟାର କରିବାକୁ ଚାହୁଁଛୁ ତାହା ସେୟାର କରୁୁଛୁ । ଲୋକେ ଏହାକୁ କିପରି ନେବେ ତାହାଙ୍କ ଉପରେ ନିର୍ଭର କରେ । ଆମେ କାହାକୁ କୌଣସି ମେସେଜ ଦେବାକୁ ଚାହୁଁନୁ ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More