Only for Entertainment

ଫେଷ୍ଟରେ ଫରହାନ ।ପ୍ରଶଂସାରେ ନବୀନ!

24

ବର୍ତ୍ତମାନ ଭୁବନଶ୍ୱେରରେ ଚାଲିଛି ଡଟ ଫେଷ୍ଟ । ପ୍ରତିଦିନ କୌଣସି ନା କୌଣସି ସେଲିବ୍ରେଟୀଙ୍କୁ ଦେଖିବାକୁ ମିଳୁଛି ଏହି ଫେଷ୍ଟରେ । ଭୁବନେଶ୍ୱରର ଶୀତୁଆ ସଂଧ୍ୟାରେ ମତୁଆଲା ହେଉଛନ୍ତି ଦର୍ଶକ । ଭିଡ଼ ସାଙ୍ଗକୁ ଇଭେଂଟର ନିଆରା ମଜା ଦର୍ଶକଙ୍କ ମନ କିଣୁଛି । ତେବେ ସେହିଭଳି ଫେଷ୍ଟରେ ପହଂଚିଥିଲେ ବଲିଉଡ ଫିଲ୍ମ ନିର୍ଦ୍ଦେଶକ ଫରହାନ ଅଖତାର ।

ଫର୍‌ହାନ ଅଖତର୍‌ କହିଛନ୍ତି ଓଡ଼ିଶାର ସବୁଜିମା ମନକୁ ଶାନ୍ତି ଦେଇଥାଏ। ଏଠାକାର ଲୋକଙ୍କ ଭଲପାଇବା ମୋତେ ବାରମ୍ବାର ଭୁବନେଶ୍ୱରକୁ ଟାଣି ଆଣୁଛି। ରାଜ୍ୟର କଳା ଓ ସଂସ୍କୃତିକୁ ପ୍ରଚାର, ପ୍ରସାର କରିବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ । ଚଳିତବର୍ଷ ଓଡ଼ିଶାରେ ହକି ବିଶ୍ୱକପ୍‌ ଆୟୋଜିତ ହୋଇଥିବାରୁ ଫର୍‌ହାନ ଖୁସିବ୍ୟକ୍ତ କରିବା ସହିତ ତାଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଥିବାରୁ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଫେଷ୍ଟ୍‌କୁ ଆସିବା ପୂର୍ବରୁ ଫର୍‌ହାନ ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More