Only for Entertainment

ଡିଜାଇନର ରୋହିତ ବଳ କଲେ ନିଆରା ଫ୍ୟାଶନ ଶୋ, ଫଟୋ ହେଉଛି ଭାଇରାଲ !

60

ଫ୍ୟାଶନ ଡିଜାଇନର ରୋହିତ ବଳ ନିଜ ସୁନ୍ଦର ଡ୍ରେସ କାରଣରୁ ପରିଚିତ । ରଣବୀର ସିଂଙ୍କ ବିବାହରେ ସେ ଖୁବ ସୁନ୍ଦର ଡ୍ରେସ ଡିଜାଇନ କରିଥିଲେ । ଯାହାପରେ ସେ ଚର୍ଚ୍ଚାରେ ଆସିଥିଲେ । ନିକଟରେ ମୁମ୍ବାଇରେ ରୋହିତ ନିଜର ଏକ ଫ୍ୟାଶନ ଶୋ’ ଆୟୋଜନ କରିଥିଲେ । ଯେଉଁଥିରେ ବଲିଉଡ ଷ୍ଟାର ସିଦ୍ଧାର୍ଥ ମଲହୋତ୍ରା ଶୋ ଟପର ଥିଲେ । ଯେତେବେଳେ ସେ ର‌୍ୟାମ୍ପ ୱାକ କରିବାକୁ ଆସିଥିଲେ , ସେହି ସମୟରେ କେଜାଣି କେଉଁଠୁ ଏକ କୁକୁର ଷ୍ଟେଜ ଉପରକୁ ଚାଲିଆସିଥିଲା । ସେ ସିଦ୍ଧାର୍ଥଙ୍କ ପୂର୍ବରୁ ଏଂଟ୍ରି ମାରିଥିଲା । ଯାହାର କିିଛି ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 


ଅସଲରେ ରୋହିତ ବଲଙ୍କ ବ୍ରାଇଡାଲ କଲେକ୍ସନ ଏହି ଶୋ’ରେ ପରିବେଶଣ କରାଯାଉଥିଲା । ସେହି ସମୟରେ କୁକୁର ଆସି ର‌୍ୟାମ୍ପ ୱାକ କରିଥିଲା । ଏହା ଦେଖି ସବୁ ହସିଥିଲେ । ସେଠାରେ ଉପସ୍ଥିତ ଜଣେ ମଡେଲ କୁକୁରକୁ ଗେହ୍ଲା ମଧ୍ୟ କରିଥିଲେ । ଏହି ଶୋ’ରେ ସିଦ୍ଧାର୍ଥଙ୍କ ଲୁକ ମଜାଦାର ଥିଲା , ସେ କୁଲ ନଜର ଆସିଥିଲେ । ମାତ୍ର ଏକ କୁକୁର ସବୁ ଚର୍ଚ୍ଚା ନିଜ ଆଡକୁ ଟାଣି ନେଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More