Only for Entertainment

ଫ୍ୟାଶନ ପ୍ରତି ଗୁରୁତ୍ୱ ଦେଉଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ

Odyssey
0 135

ବର୍ତ୍ତମାନ ଯୁଗରେ ଫ୍ୟାଶନ ସହ ତାଳ ଦେଇ ଚାଲିବାକୁ ସମସ୍ତେ ଆଗ୍ରହୀ । ଫ୍ୟାଶନ ସହିତ ତାଳ ଦେଇ ଚାଲିବା ମଧ୍ୟ ଏକ ଭଲ କଥା । କିନ୍ତୁ ଆଖି ବନ୍ଦ କରି କୌଣସି ପ୍ରଚଳିତ ପ୍ରଥାକୁ ଆପଣାଇବା ଏକ ମୁର୍ଖତା । ଜାଣତରେ କିମ୍ବା ଅଜଣାତରେ ଅନେକ ଝିଅ ଫ୍ୟାଶନକୁ ନେଇ ଏପରି ଭୁଲ କରିଥାନ୍ତି, ଯାହା ଫଳରେ ସେମାନଙ୍କର ଲୁକ ଖରାପ ଦେଖାଯାଇଥାଏ । ଯଦିଓ ଏହି ଫ୍ୟାସନ ଆପଣଙ୍କ ହିସାବରେ ଠିକ କିନ୍ତୁ ଅନ୍ୟମାନଙ୍କ ପାଇଁ ଆପଣ ପରିହାସର ପାତ୍ର ହୋଇପାରନ୍ତି । ସେଥିପାଇଁ ଫ୍ୟାଶନ ସହ ଜଡିତ ବିଷୟ ପ୍ରତି ଆପଣଙ୍କୁ ଗମ୍ଭୀରତାର ସହିତ ଚିନ୍ତା କରିବା ଆବଶ୍ୟକ ।

  • ଆବଶ୍ୟକତା ଠାରୁ ବଡ ବ୍ୟାଗ-
    ଆଜିକାଲି ଓଭରସାଇଜ ବ୍ୟାଗର ଫ୍ୟାଶନ ରହିଛି । କିନ୍ତୁ ଏହା ସମସ୍ତଙ୍କୁ ମାନି ନଥାଏ । ବଡ ବ୍ୟାଗରେ ଅଧିକ ଜିନିଷ ରହିଥାଏ କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହା ଆପଣଙ୍କ ଲୁକ ସହ କିପରି ଦେଖାଯାଉଛି । ବ୍ୟାଗ ନେବା ସମୟରେ ପ୍ରଥମେ ନିଜକୁ ଆଇନାରେ ଦେଖନ୍ତୁ, ଏହା ପରେ ଠିକ କରନ୍ତୁ ଏହା ଆପଣଙ୍କ ବ୍ୟକ୍ତିତ୍ୱ ସହିତ ମ୍ୟାଚ କରୁଛି କି ନାହିଁ । ଏବଂ ପାର୍ଟିକୁ ଯିବା ସମୟରେ ଏପରି ବ୍ୟାଗ ସାଙ୍ଗରେ ନିଅନ୍ତୁ ନାହିଁ ।
  • ଓଜନିଆ ଗହଣା-
    ପ୍ରାୟତଃ ବିବାହ କିମ୍ବା ପାର୍ଟିରେ ମହିଳାମାନେ ଓଜନିଆ ପୋଷାକ ସହିତ ଓଜନିଆ ଗହଣା ପିନ୍ଧିଥାନ୍ତି । ଯହା ଦେଖିବାକୁ ଭଲ ଲାଗିନଥାଏ । ଯଦି ଆପଣ ଏପରି ଭୁଲ କରୁଥାନ୍ତି ତେବେ ଏପରି କରନ୍ତୁ ନାହିଁ । ଚେହେରାର ଆକାର ଅନୁସାରେ ଗହଣା ଚୟନ କରନ୍ତୁ । ଯଦି ଆପଣ ଓଜନିଆ ପୋଷାକ ପିନ୍ଧୁଥାନ୍ତି ତେବେ ଅଧିକ ଗହଣା ପିନ୍ଧନ୍ତୁ ନାହିଁ । ଏହା ବଦଳରେ ଆପଣ ବିନା ନେକଲେସରେ ବଡ ଇୟରରିଙ୍ଗିସ ପିନ୍ଧି ପାରିବେ । ଆପଣଙ୍କ ଚେହେରାର ଆକାରଠାରୁ ବଡ ଇୟରରିଙ୍ଗିସ୍ ପିନ୍ଧନ୍ତୁ ନାହିଁ । କାରଣ ଏହା ଆପଣଙ୍କ ଲୁକକୁ ଖରାପ କରିଦେଇପାରେ । ଏହା ବ୍ୟତୀତ ଆପଣ ନିଜର କେଶ ଏବଂ ମେକଅପର ମଧ୍ୟ ଧ୍ୟାନ ରଖନ୍ତୁ ଯେପରି ଆପଣ ପରିହାସର ପାତ୍ର ହେବେ ନାହିଁ । ଯେକୌଣସି ଷ୍ଟାଇଲକୁ ବାଛନ୍ତୁ କିନ୍ତୁ ଏହା ଆପଣଙ୍କ ଚେହେରା ଏବଂ ଶରୀରକୁ ମାନିବା ଦରକାର ।
  • ଫିଟିଙ୍ଗ ପୋଷାକ-
    ଝିଅମାନଙ୍କୁ ଫିଟିଙ୍ଗ ଆସୁଥିବା ପୋଷାକ ପିନ୍ଧିବାକୁ ଭଲ ଲାଗିଥାଏ । କିନ୍ତୁ ଏହା ଆପଣଙ୍କ ପାଇଁ ସବୁଠାରୁ ବଡ ମୁଣ୍ଡବିନ୍ଧାଠାରୁ କମ ନୁହେଁ । କାରଣ ଏପରି ପୋଷାକ ପିନ୍ଧି ଆପଣ ସହଜ ଅନୁଭବ କରିପାରନ୍ତି ନାହିଁ ଏବଂ ଏହା ଦେଖିବା ପାଇଁ ମଧ୍ୟ ଭଲ ଲାଗିନଥାଏ । ଯଦି ଆପଣଙ୍କର ଓଜନ ଅଧିକ ଥାଏ ତେବେ ଏହା ଆହୁରି ଖରାପ ଲାଗିଥାଏ । ତେଣୁ ଝିଅମାନଙ୍କୁ ଏପରି ଫ୍ୟାଶନ କରିବା ଠାରୁ ବଂଚିବା ଦରକାର ।
  • ଫୁଟ ଓୟାର –
    ଫୁଟ ଓୟାରକୁ ନେଇ ଆମେ କିଛି ଭୁଲ କରିଥାଉ । ଯେପରି ହାଇ ହିଲର ଚୟନ । ଏହା ଦ୍ୱାରା ଆପଣଙ୍କର ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । କାରଣ ଏହା ଦ୍ୱାରା ପାଦ ଯନ୍ତ୍ରଣାର ସମସ୍ୟା ସହ କଣ୍ଟା ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ବିଶେଷଜ୍ଞମାନେ ମଧ୍ୟ ହାଇ ହିଲ ପିନ୍ଧିବା ପାଇଁ ମନା କରିଥାନ୍ତି ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More