Only for Entertainment

fast and furious presents: hobbs and shaw: ସିନେମା ଘରେ ରିଲିଜ ହେବା ପୂର୍ବରୁ ୟୁଟ୍ୟୁବରେ ଲିକ !

120

ଫାଷ୍ଟ ଆଣ୍ଡ ଫ୍ୟୁରିଅସ ସିରିଜ ଆଗାମୀ ଫିଲ୍ମ ‘ଫାଷ୍ଟ ଆଣ୍ଡ ଫ୍ୟୁରିଅସ ପ୍ରେଜେଂଟ:ହବ୍ସ ଆଣ୍ଡ ସ’ ଆଜି ସିନେମାଘରେ ରିଲିଜ ହେବାକୁ ଯାଉଛି । କିନ୍ତୁ ଫିଲ୍ମ ରିଲିଜ ହେବା ପୂର୍ବରୁ ମେକର୍ସଙ୍କ ପାଇଁ ଗୋଟିଏ ଖରାପ ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳିଛି ଯେ ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ୟୁଟ୍ୟୁବରେ ଲିକ ହୋଇଯାଇଛି ।

ଫାଷ୍ଟ ଆଣ୍ଡ ଫ୍ୟୁରିସ’ସିରିଜର ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଡ୍ୱେନ ଜନସନ, କ୍ରିସ ମାର୍ଗନ, ଜ୍ୟାସନ ଷ୍ଟେଥମ ନଜର ଆସିବେ । ଏହି ଫିଲ୍ମରେ ଏମାନଙ୍କ ବ୍ୟତୀତ ଇଦ୍ରିସ ଏଲ୍ବା ମଧ୍ୟ ନଜର ଆସିବେ । ଫିଲ୍ମର ଟ୍ରେଲର କୁ ଦର୍ଶକ ଖୁବ ପସନ୍ଦ କରିଥିଲେ ଏବଂ ଫିଲ୍ମକୁ ପଜେଟିଭ ରିଭ୍ୟୁ ମିଳିଛି । ଡେବିଡ ଲିଚଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ୟୁଟ୍ୟୁବରେ ଉପଲବ୍ଧ ରହିଛି । ଯେଉଁକାରଣରୁ ମେକର୍ସଙ୍କୁ ଖୁବ କ୍ଷତି ସହିବାକୁ ପଡିବ ।

ମାତ୍ର ଭାରତରେ ଆକ୍ସନ, ଷ୍ଟଂଟ ଫିଲ୍ମ ଖୁବ ପ୍ରଚଳିତ ଏବଂ ଫାଷ୍ଟ ଆଣ୍ଡ ଫ୍ୟୁରିଅସ ସିରିଜ ଫିଲ୍ମ ଟପ ଫିଲ୍ମ ଲିଷ୍ଟରେ ସାମିଲ ରହିଛି । ପାଖାପାଖି ୧୮ବର୍ଷ ପୂର୍ବରୁ ଅର୍ଥାତ ୨୦୦୧ରେ ଏହି ସିରିଜର ପ୍ରଥମ ଫିଲ୍ମ ପ୍ରସ୍ତୁତ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More