Only for Entertainment

ବ୍ରତ ରଖିବାଦ୍ୱାରା ମିଳିଥାଏ ଏହି ସବୁ ଫାଇଦା

pinmig.com
0 43

ଆପଣଙ୍କ ଅନେକ ଲୋକଙ୍କ ମୁହଁରୁ ଶୁଣିଥିବେ ‘ଆଜି ମୋର ବ୍ରତ ଅଛି’ । ମାତ୍ର ଆପଣ ଜାଣନ୍ତି କି ବ୍ରତ ରଖିବା ଦ୍ୱାରା କଣ ସବୁ ଫାଇଦା ମିଳିଥାଏ । ଆପଣଙ୍କୁ ଏଠାରେ ଆମେ କହି ରଖୁଛୁ ଯେ ବ୍ରତ ରଖିବା ପଛରେ ଭଗବାନଙ୍କ ଉପରେ ଲୋକଙ୍କର ଆସ୍ଥା ରହିଛି । ଏହାଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରିଯାଏ ଏବଂ ହଜମକ୍ରିୟାରେ ସୁଧାରି ଥାଏ ।

ଏକ୍ସଟ୍ରା ଫ୍ୟାଟ ହେବ କମ:
ବ୍ରତ କରିବା ଦ୍ୱାରା ଶରୀରରେ ଏକ୍ସଟ୍ରା ଫ୍ୟାଟ ହ୍ରାସ ପାଇଥାଏ ଏବଂ ଚର୍ବି ମଧ୍ୟ ହ୍ରାସ ହେବା ଆରମ୍ଭ ହୋଇଥାଏ । ଏହାଦ୍ୱାରା ଓଜନ କମିଥାଏ ।

ଶରୀର ହୋଇଥାଏ ସତେଜ :
ବ୍ରତ ଦିନରେ ପୃଷ୍ଟିକର ଖାଦ୍ୟ ଜରୁରୀ ଖାଇବା ଉଚିତ । ଏହାଦ୍ୱାରା ଶରୀର ସତେଜ ରହିଥାଏ ।

ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ :
ବ୍ରତ କରିବା ଦ୍ୱାରା ରୋଗ ପ୍ରତିରୋଧ କ୍ଷମତା ବଢିଥାଏ ଏବଂ ନୂଆ କୋଶ ସୃଷ୍ଟି ହୋଇଥାଏ ।

କ୍ୟାଲୋରୀ ଘଟିଥାଏ :
ସପ୍ତାହରେ ଥରେ ବ୍ରତ କରିବା ଉଚିତ । ଏହାଦ୍ୱାରା ମେଟାବୋଲିକ ରେଟ ଦୃତ ମାତ୍ରାରେ ବଢିଥାଏ । ଏହା କ୍ୟାଲୋରୀ ଘଟାଇବାର ଉତ୍ତମ ଉପାୟ ଅଟେ ।

ଚିନ୍ତାରୁ ମୁକ୍ତି ମିଳେ :
କେବେ କେବେ ବ୍ରତ ରଖିବାଦ୍ୱାରା ଦୁଃଚିନ୍ତାରୁ ମୁକ୍ତି ମିଳିଥାଏ ଏହାଦ୍ୱାରା ବିଷାଦରୁ ମଧ୍ୟ ମୁକ୍ତି ମିଳିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More