Only for Entertainment

୫୦୦ବର୍ଷ ପୁରୁଣା ଏହି ଗଛକୁ କୁହାଯାଏ ‘ମୃତ୍ୟୁର ଗଛ’, ଜାଣନ୍ତୁ କେଉଁଠି ରହିଛି ଏହି ଗଛ ।

hindustan times
0 42

ଭାରତରେ ଅନେକ ପ୍ରକାର ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଥାଏ । ପଞ୍ଜାବର ଫତେହଗଡ ସାହିବ ଜିଲ୍ଲାର ଚରୋଟି କଲାଂ ଗ୍ରାମରେ ଏପରି ଏକ ବରଗଛ ଅଛି ଯାହାକୁ ଲୋକେ ମୃତ୍ୟୁର ଗଛ ଭାବେ ଗ୍ରହଣ କରିନେଇଛନ୍ତି । ଏହି ଗଛର ଚେର ଯେଉଁ ବ୍ୟକ୍ତିଙ୍କ ଚାଷ ଜମିକୁ ଯାଇଛି ସେହି ଚାଷ ଜମିକୁ କୃଷକମାନେ ଚାଷ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି । ମାନ୍ୟତା ରହିଛି ଯେ, ଯଦି କୌଣସି ବ୍ୟକ୍ତି ଏହି ଗଛର ଶାଖାକୁ କାଟିଥାଏ ତେବେ ତାହାର କିମ୍ବା ତା’ପରିବାରର କୌଣସି ନା କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥାଏ ।

ସୂଚନା ଅନୁସାରେ ଏହି ବରଗଛଟି ପାଖାପାଖି ୫୦୦ବର୍ଷ ପୁରୁଣା ଅଟେ । ଏହି ଗଛର ଚେର ଜଣେ ଚାଷୀଙ୍କ ଜମିକୁ ମାଡିଥିଲା ବେଳେ ସେ ଏହାକୁ କାଟିଦେଇଥିଲେ । କିଛିଦିନ ପରେ ଚାଷୀଙ୍କର ମୃତ୍ୟୁ ହୋଇଥିଲା । ସେବେଠାରୁ ଏହି ଗଛଠାରୁ ଲୋକେ ନିଜକୁ ଦୂରେଇ ରଖିଛନ୍ତି । ଏହି ବରଗଛ ନିକଟରେ ଏକ ଶିବମନ୍ଦର ରହିଛି ।

ଗ୍ରାମବାସୀଙ୍କ କହିବା ଅନୁସାରେ ୫୦୦ବର୍ଷ ତଳେ ଏଠାକୁ ଜଣେ ସନ୍ଥ ଆସିଥିଲେ । ସେ ସନ୍ତାନପ୍ରାପ୍ତି ନିମନ୍ତେ ଜଣେ କୃଷକଙ୍କୁ ଭସ୍ମ ଦେଇଥିଲେ । ତେବେ କୃଷକଙ୍କ ପତ୍ନୀ ଏହି ଭଷ୍ମ ଖାଇବାକୁ ମନା କରିଦେଇଥିଲେ । ଏହାପରେ କୃଷକଙ୍କ ପତ୍ନୀ ଭଷ୍ମଙ୍କୁ ସନ୍ଥଙ୍କୁ ଫେରାଇଥିଲା ବେଳେ ସନ୍ଥ ଏହାକୁ ନେବାକୁ ମନା କରିଦେଇଥିଲେ । ପରେ ସେ ଭସ୍ମଙ୍କୁ ମାଟିରେ ପୋତିଥିଲେ । କୁହାଯାଏ ଯେ, ଏହାପରେ ସେହି ସ୍ଥାନରୁ ଏକ ବରଗଛ ଜନ୍ମ ନେଇଥିଲା । ଆଉ ବର୍ଷ ପରେ ବର୍ଷ ଏହି ଗଛଟି ନିଜର ବିରାଟ ଆକାର ଧାରଣ କରିଥିଲା । ଏହା ମଧ୍ୟ ଲୋକେ ସ୍ୱିକାର କରନ୍ତି ଯେ, ଯଦି କୌଣସି ବ୍ୟକ୍ତି ସ୍ୱଚ୍ଛ ମନରେ କିଛି ମାଗିଥାଏ ତେବେ ବରଗଛ ତା’ର ଇଚ୍ଛା ପୂରଣ କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More