Only for Entertainment

ଭାଇରାଲ ଭିଡିଓ: ପିଲାକୁ ଦଇଡିରେ ବାନ୍ଧି ପିଟିଲା ବାପା

The PinkCity Post
0 119

କୁହାଯାଏ ଦୁନିଆରେ ଯଦି ଆମକୁ କେହି ନିଃସ୍ୱାର୍ଥ ଭାବେ ଭଲପାଆନ୍ତି ସେ ହେଉଛନ୍ତି ବାପା-ମା। ଦରକାର ପଡ଼ିଲେ ବାପା-ମା ନିଜ ପିଲା ପାଇଁ ଜୀବନ ବି ଦେଇପାରନ୍ତି। ଆଉ ନିଜର ପିଲାର ସୁରକ୍ଷା ପାଇଁ ଶତ୍ରୁର ଜୀବନ ବି ନେଇ ପାରନ୍ତି। ପିଲା ଭୁଲ କଲେ କିମ୍ବା ଦୁଷ୍ଟ ହେଲେ ବାଟକୁ ଆଣିବା ପାଇଁ ବାପା ମା’ ମାରନ୍ତି। କିନ୍ତୁ ସେଥିରେ ବି ସ୍ନେହଭରା ଥାଏ। ବାପା ମା’ ଆକଟ କରନ୍ତି କିନ୍ତୁ ଆକ୍ରଣାତ୍ମକ ହୁଅନ୍ତି ନାହିଁ। ହେଲେ ଏବେ ଯେଉଁ ଦୃଶ୍ୟଟି ଭାଇରାଲ ହେଉଛି ତାହା ସଭ୍ୟ ସମାଜକୁ ଥରେଇ ଦେବା ଭଳି। ଜଣେ ୫ ବର୍ଷର ପୁଅକୁ ତା’ର ବାପା ଅମାନବୀୟଭାବେ ପିଟୁଛି। ଅତି ନିର୍ଦ୍ଦୟଭାବେ ପୁଅକୁ ଏକ ଦଉଡ଼ିରେ ବାନ୍ଧି ପିଟିଚାଲିଛି। କେବଳ ପୁଅ ନୁହେଁ ଛୋଟ ଝିଅଟିଏ ମଧ୍ୟ ବାପାର ଆକ୍ରୋଶରେ ଶିକାର ହୋଇଛି। କୋମଳମିତି ପିଲା ଦୁଇ ଜଣ ଚିତ୍କାର କରୁଛନ୍ତି। ଛାଡ଼ି ଦେବା ପାଇଁ ନେହୁରା ହେଉଛି। ହେଲେ ବାପା କିନ୍ତୁ ଶୁଣୁନାହାନ୍ତି।

ଭିଡ଼ିଓରେ ଦେଖାଯାଉଛି ଯେ, ବାପା ପୁଅଟିକୁ ଦଉଡ଼ିରେ ଟାଙ୍ଗିଦେଇଛି। ଆଉ ଝିଅକୁ ଟଚାଣରେ ପକେଇ ଅତି ନିର୍ମମ ଭାବେ ପିଟିଚାଲିଛି। ପିଲା ଦୁଇଟି ତିତ୍କାର କରି କାନ୍ଦୁଛନ୍ତି। ପ୍ରାଣ ବିକଳରେ ମା’ ବୋଲି ରଡ଼ି ଛାଡ଼ୁଛନ୍ତି। ଆପଣ ଜାଣିଆଶ୍ଚର୍ୟ୍ୟ ହେବେ ତା’ ଜନ୍ମକଲା ମା ସେଇଠି ଉପସ୍ଥିତ ଥାଇ ମଧ୍ୟ ବଞ୍ଚାଇବାକୁ ଆସି ନ ଥିଲା। ତେବେ ଅଭିଯୁକ୍ତ ବାପା ରାଜସ୍ଥାନ ଉଦୟପୁର ସ୍ଥିତ ବିଜୟପୁରା ଗ୍ରାମର ଚୈନ ସିଂ ରାୱତ୍ ବୋଲି ଜଣାପଡ଼ିଛି। ଗାଁ ଲେକେ ତୁରନ୍ତ ଏ ସମ୍ପର୍କରେ ଥାନାରେ ଏତଲା ଦେଇଥିଲେ।

ପରେ ପୋଲିସ୍ ଆସି ପଚରାଉଚରା କରିଥିଲା। ପୁଅ ଲଲିତ ଓ ପୂଜାଙ୍କୁ ପୋଲିସ ଘଟଣା ସମ୍ପର୍କରେ ପଚରା ଉଚରା କରିଥିଲା। ସେମାନଙ୍କ କହିବା ଅନୁଯାୟୀ ଗତ ରବିବାର ରାତିରେ ତାଙ୍କ ବାପା ତାଙ୍କୁ ରଶିରେ ବାନ୍ଧି ଟାଙ୍ଗି ଦେଇଥିଲେ ଓ ବେତରେ ପିଟିଥିଲେ। ସେହିପରି ଝିଅକୁ ତଳେ ପକାଇ ମାରପିଟ୍ କରିଥିଲେ। ଆଉ ଭିଡିଓଟି ରେକର୍ଡ଼ କରିଥିଲେ ଚୈନ ସିଂର ସାନ ଭାଇ ବନେ ସିଂ। ଏହି ଘଟଣାରେ ପୋଲିସ୍ ଦୁଇଜଣ ଅଭିଯୁକ୍ତ ଚୈନ ସିଂ ରାୱତ୍ ଓ ବନେ ସିଂକୁ ଗିରଫ କରିଛି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସମୟରେ ଚୈନ ସିଂଙ୍କ ପତ୍ନୀ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ। ଚୈନ ସିଂ ସେହି ଗାଁର ୨୦୦୮ ମସିହାରୁ ୨୦୧୨ ମସିହା ପର୍ୟ୍ୟନ୍ତ ଉଦୟପୁରସ୍ଥିତ ବିଜୟପୁରା ଗ୍ରାମର ସରପଞ୍ଚ ଥିଲେ। ବର୍ତ୍ତମାନ ସେ ଏକ ମଦ ଦୋକାନରେ କାମ କରୁଛନ୍ତି। ତାଙ୍କ ସାନ ଭାଇ ବନେ ସିଂ ଜଣେ ଗାଡ଼ି ଚାଳକ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More