Only for Entertainment

ସ୍କୁଲ ଯିବା ପାଇଁ ଝିଅ ମନା କରିବାକୁ ଏଭଳି ମର୍ମନ୍ତୁଦ ବ୍ୟବହାର କଲେ ବାପା, ଦେଖନ୍ତୁ ଭିଡିଓ

Daily Mail
0 63

ପିଲାମାନେ ସ୍କୁଲ ନଯିବା ପାଇଁ ଜିଦି ଧରିଲେ ବାପା-ମା ତାଙ୍କୁ ଚକୋଲେଟ ଏବଂ ଖେଳନା ଦେଇ ସ୍କୁଲ ଯିବା ପାଇଁ ମନାଇଥାନ୍ତି । ଯଦି ବେଳେବେଳେ ଛୁଆ ଅଧିକ ଜିଦି ଧରିଥାନ୍ତି ତେବେ ବାପା-ମା ତାଙ୍କ ଉପରେ କିଛି ମାତ୍ରାରେ ରାଗନ୍ତି ମଧ୍ୟ । କିନ୍ତୁ ଚିନରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ବାପା ନିଜ ଝିଅକୁ ଗଡିରେ ବାନ୍ଧି ସ୍କୁଲ ନେଉଥିବାର ଦେଖିବାକୁ ମିଳିଛି । ବାଇକରେ ବନ୍ଧା ହୋଇଥିବା ଛୁଆଟି କାନ୍ଦୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓକୁ ଚୀନର ଗ୍ୱାଙ୍ଗଡୋଙ୍ଗ ରାଜ୍ୟର ୟୁନଫୁରେ ରେକର୍ଡ କରାଯାଇଛି ।

ପୁରା ଦୁନିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେ କେହି ବି ଏହି ଭିଡିଓକୁ ଦେଖୁଛନ୍ତି ତାହା ବିଷୟରେ ଆଲୋଚନା କରୁଛନ୍ତି । ତେବେ ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ ସେହି ବ୍ୟକ୍ତିକୁ ଚେତାବନୀ ଦେଇ ଛାଡିଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More