Only for Entertainment

ଆମୀରଙ୍କ ସହିତ ଅଫେୟରକୁ ନେଇ ମୁହଁ ଖୋଲିଲେ ଫାତିମା ।

aajtak
44

ଫିଲ୍ମ ଦଙ୍ଗଲରେ ଆମୀରଙ୍କ ଝିଅ ଚରିତ୍ରରେ ନଜର ଆସିଥିଲେ ଅଭିନେତ୍ରୀ ଫାତିମା ସନା ଶେଖ । ଦଙ୍ଗଲ ପରେ ପରେ ଦୁଇଜଣ ପୁଣିଥରେ ଫିଲ୍ମ ଠଗ୍ସ ଅଫ ହିନ୍ଦୋସ୍ତାନରେ ସ୍କ୍ରିନ ଷାୟାର କଲେ । ଯାହା ପରେ ପରେ ଦୁଇ ଜଣଙ୍କ ମଧ୍ୟରେ ଭଲ ବଣ୍ଡିଂ ନଜର ଆସିଥିଲା, କିନ୍ତୁ ଏହାକୁ ନେଇ ଆରମ୍ଭ ହୋଇଗଲା ଉଡ଼ା ଖବର । ଦୁଇଜଣଙ୍କ ମଧ୍ୟରେ ଅଫେୟର ଥିବା ନେଇ ବିଭିନ୍ନ ଷଲାକ ଭିନ୍ନ ଭିନ୍ନ କଥା ଆଲୋଚନା କଲେ । ଯାହାକୁ ନେଇ ଏବେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ।

ଫାତିମାଙ୍କ କହିବା ଅନୁସାରେ ଲୋକ ମୋ ବିଷୟରେ ଯେଉଁଭଳି ଲେଖିଲେ ସେଥିରେ ମୁଁ ଖୁବ ଡିଷ୍ଟର୍ବ ହେଲି । କାରଣ ବୋ ବିଷୟରେ କିଛି ଜାଣିନଥିବା ଲୋକ ମଧ୍ୟ ଭିନ୍ନ ଭିନ୍ନ କଥା ଲେଖିଲେ । ମୋ ସମସ୍ତଙ୍କ ସାମ୍ନାରେ ଖରାପ କରିଦେଲେ । ଏହା ମୋ ଉପରେ ଖୁବ ଖରାପ ପ୍ରଭାବ ପକାଇଲା । ଯଦି ଲୋକ ମୋ ବାସ୍ତବତା ଜାଣିନାହାଁନ୍ତି ତେବେ ସେମାନେ ତାହା ଜାଣିବା ଉଚିତ । ମୁଁ ଚାହେଁନାହିଁ କେହି ମୋତେ ଖରାପ କୁହନ୍ତୁ ବା ସେହି ନଜରରେ ଦେଖନ୍ତୁ ।

ଏହା ପୂର୍ବରୁ ଏକ ୱେବସାଇଟରେ ଇଂଟରଭ୍ୟୁ ଦେବା ସମୟରେ ଫାତିମା ଏହି ବିଷୟରେ ମନ୍ତବ୍ୟ ଦେଇଥିଲେ । ଯେଉଁଥିରେ ସେ କହିଥିଲେଯେ ଅମୀର ଏବଂ ମୋର ଲିଙ୍କଅପ କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି,ଏହା ମୋତେ ଖୁବ ଅଜବ ଲାଗିଲା । ମୋ ମା ଟିଭି ଦେଖି ମୋତେ କହିବା ପରେ ମୁଁ ହେଡଲାଇନ ଉପରେ ନଜର ପକାଇଲି କଥା କ’ଣ ଜାଣିବା ପାଇଁ । ତେଣୁ ମୁଁ ଖୁବ ଡିଷ୍ଟର୍ବ ହୋଇଗଲି କାରଣ ଉଡ଼ା କଥାରେ ମୋତେ ଉତ୍ତର ଦେବାକୁ ପଡ଼ିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More