Only for Entertainment

‘ଭୂତ ପୋଲିସ’ରେ ସୈଫ ଅଲ୍ଲୀ ଖାନ- ଅଲ୍ଲୀ ଫୈଜଲଙ୍କୁ ଡରାଇବେ ଫାତିମା ସନା ଶେଖ, ‘ଠଗ୍ସ’ ପରେ ଭୂତ ଚରିତ୍ରରେ ଆସିବେ ନଜର

India Forums
36

‘ଠଗ୍ସ ଅଫ ହିନ୍ଦୋସ୍ତାନ’ ପରେ ଫାତିମା ସନା ଶେଖଙ୍କ ହାତକୁ ଏକ ନୂଆ ଫିଲ୍ମ ଆସିଛି । ଏହାର ଅଫିସିଆଲ ଆନାଉନ୍ସମେଣ୍ଟ ମଧ୍ୟ ହୋଇସାରିଛି । ସବୁଠାରୁ ଖାସ କଥା ହେଉଛି ଯେ, ଏହି ଫିଲ୍ମରେ ଦଙ୍ଗଲ ଗର୍ଲ ଫାତିମା ସନା ଶେଖ ଭୂତ ଭୂମିକାରେ ନଜର ଆସିବେ । ଫିଲ୍ମର ଟାଇଟଲ ରହିଛି ‘ଭୂତ ପୋଲିସ’ । ଫିଲ୍ମରେ ଫାତିମା ସନା ଶେଖଙ୍କ ସହିତ ସୈଫ ଅଲ୍ଲୀ ଖାନ ଏବଂ ଅଲ୍ଲୀ ଫୈଜଲ ମଧ୍ୟ ଲିଡ ରୋଲରେ ନଜର ଆସିବେ ।

ଫିଲ୍ମର ଘୋଷଣା କରି ଫକ୍ସ ଷ୍ଟାର ଷ୍ଟୁଡିଓଜ ତିନି କଳାକାରଙ୍କ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଏହି ଫିଲ୍ମ ବଲିଉଡର ପ୍ରଥମ ୩ଡି ଭୁତ ଫିଲ୍ମ ହେବ । ଫଟୋ ସହିତ ମେକର୍ସ ଏହା ମଧ୍ୟ ଖୁଲାସା କରିଛନ୍ତି ଯେ, ଫିଲ୍ମରେ ସୈଫ ଅଲ୍ଲୀ ଖାନ ଏବଂ ଅଲ୍ଲୀ ଫୈଜଲ ଭୂତ ଧରିବା ବ୍ୟକ୍ତି ଚରିତ୍ରରେ ନଜର ଆସିବେ । ଅନ୍ୟ ପକ୍ଷରେ ଫାତିମା ଭୂତ ହୋଇ ଡରାଇବେ ।

ଫିଲ୍ମକୁ ପବନ କୃପଲାନୀ ନିର୍ଦ୍ଦେଶନା ଦେବେ । ଏହି ଫିଲ୍ମ ଆଗାମୀ ବର୍ଷ ରିଲିଜ ହେବ । ଫାତିମାଙ୍କ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ବ୍ୟତିତ ତାଙ୍କ ହାତରେ ଆଉ ଏକ ଫିଲ୍ମ ରହିଛି । ସେ ଖୁବ ଶୀଘ୍ର ଅନୁରାଗ ବସୁଙ୍କ ଫିଲ୍ମରେ ନଜର ଆସିବେ । ଫିଲ୍ମର ନାଁ ଏପର୍ଯ୍ୟନ୍ତ ମେକର୍ସ ଫାଇନାଲ କରି ନାହାଁନ୍ତି । ଏହି ଫିଲ୍ମରେ ରାଜକୁମାର ରାଓ, ଅଭିଷେକ ବଚ୍ଚନ, ଆଦିତ୍ୟ ରୟ କପୁର, ସାନ୍ୟା ମଲହୋତ୍ରା ଓ ପଙ୍କଜ ତ୍ରିପାଠୀଙ୍କ ପରି କଳାକାର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More