Only for Entertainment

ସୈଫ ଅଲ୍ଲୀ ଖାନ-ଫାତିମା ସନା ଶେଖଙ୍କ ହରର-କମେଡି ଫିଲ୍ମ ‘ତାନ୍ତ୍ରିକ’ର ବଦଳିଲା ନାମ, ଜାଣନ୍ତୁ କ’ଣ କହିଛି ଏହାର ନୂଆ ଟାଇଟଲ

Latestly
35

ଅଭିନେତା ସୈଫ ଅଲ୍ଲୀ ଖାନ ଏବଂ ଫାତିମା ସନା ଶେଖଙ୍କ ଆଗାମୀ ଫିଲ୍ମ ‘ତାନ୍ତ୍ରିକ’ର ନାମକୁ ମେକର୍ସ ପରିବର୍ତ୍ତନ କରିଦେଇଛନ୍ତି । ଫିଲ୍ମର ନୂଆ ନାମକୁ ଖୁବ ନୂଆ ଏବଂ ଭିନ୍ନ ରହିଛନ୍ତି ମେକର୍ସ । ଏହି ଫିଲ୍ମ ଗତ ବର୍ଷ ରିଲିଜ ହୋଇଥିବା ରାଜକୁମାର ଏବଂ ଶ୍ରଦ୍ଧା କପୁର ଷ୍ଟାରର ଫିଲ୍ମ ସ୍ତ୍ରୀ ପରି ଏକ ହରର-କମେଡି ଫିଲ୍ମ ହେବ । ଏହି ଫିଲ୍ମର ନୂଆ ଟାଇଟଲ ବିଷୟରେ ସୈଫ ଅଲ୍ଲୀ ଖାନ ଖୋଦ ଖୁଲାସା କରିଛନ୍ତି । ଫିଲ୍ମର ନାମ କୁ ପରିବର୍ତ୍ତନ କରାଯାଇ ଏବେ ‘ଭୁତ୍ ପୋଲିସ’ ରଖାଯାଇଛି । ଚୋର-ପୋଲିସ ଖେଳ ବିଷୟରେ ତ ଆପମ ଜାଣିଥିବେ ଏହାକୁ ଟିକେ ମୋଲ୍ଡ କରି ମେକର୍ସ ଏହି ଫିଲ୍ଂମର ନାମ ‘ଭୁତ୍ ପୋଲିସ’ ରଖିଛନ୍ତି ।

fatima

ପକ୍ସ ଷ୍ଟାର ଷ୍ଟୁଡିଓ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ପ୍ରଥମେ ଅଭିଷେକ ବଚ୍ଚନଙ୍କ ନାମ ସାମ୍ନାକୁ ଆସିଥିଲା କିନ୍ତୁ ପରେ ସୈଫ ଅଭିଷେକଙ୍କୁ ରିପ୍ଲେସ କରିଥିଲେ । ଫିଲ୍ମରେ ସୈଫ ଅଲ୍ଲୀ ଖାନ ଏବଂ ଫାତିମା ସନା ଶେଖ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବେ । ସୈଫ ଅଲ୍ଲୀ ଖାନ ଏବେ ଅନେକ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି । ନିକଟରେ ସୈଫ ‘ସେକେଣ୍ଡ ଗେମ୍ସ ୨’ ସୁଟିଂ ଶେଷ କରିଛନ୍ତି । ଏହା ପରେ ସେ ‘ହଣ୍ଟର’ ଏବଂ ‘ତାନାଜୀ-ଦ ଅଙ୍ଗ ରକ୍ଷକ’ ର ସୁଟିଂ ପୂରା କରିବେ ।

ସେହିପରି ଫାତିମାଙ୍କ ବିଷୟରେ କହିବାକୁ ଗଲେ ସେ ଠଗ୍ସ ଅଫ ହିନ୍ଦୋସ୍ତାନ ପରେ ସେ ଖୁବ ଶୀଘ୍ର ଅନୁରାଗ ବସୁଙ୍କ ଆଗାମୀ ଫିଲ୍ମରେ ମଧ୍ୟ ନଜର ଆସିବେ । ଫିଲ୍ମରେ ସେ ରାଜ କୁମାର ରାଓଙ୍କ ଅପୋଜିଟରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More