Only for Entertainment

ନୀଳ ନୟନାଙ୍କୁ ମିଳିଲା ସୁନ୍ଦର ମହିଳା ସମ୍ମାନ ।

times of india
0 29

ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ବର୍ଷ ୨୦୧୮ ପାଇଁ ଭାରତର ସବୁଠାରୁ ସୁନ୍ଦର ମହିଳାର ସମ୍ମାନ ମିଳିଛି । ଆଉ ତାଙ୍କୁ ଏହି ଟାଇଟଲ୍ ଦେଇଛି ପପୁଲାର୍ ମାଗାଜିନ୍ ଫେମିନା । ମାଗାଜିନ୍ର ମାର୍ଚ୍ଚ ମାସ ସଂସ୍କରଣରେ ଅଭିନେତ୍ରୀ ଐଶ୍ୱର୍ଯ୍ୟାକୁ କଭର୍ ଗର୍ଲ ଭାବେ ଦେଖିବାକୁ ମିଳିବ ।

Aishwarya-Rai-Bachchan

କଭର୍ ଫଟୋରେ ଐଶଙ୍କ ବେଶ୍ ଗର୍ଜିଅସ୍ ଅନ୍ଦାଜ ଦେଖିବାକୁ ମିଳିଛି । ଏହାସହ ମାଗାଜିନରେ ଐଶ୍ୱର୍ଯ୍ୟାଙ୍କ ଆକର୍ଷଣୀୟ ଫଟୋ ସ୍ଥାନ ପାଇଛି । କର୍ଲ ହେୟାର୍ ସାଙ୍ଗକୁ ଭିନ୍ନ ଭିନ୍ନ ଷ୍ଟାଇଲିସ୍ କଷ୍ଟ୍ୟୁମରେ ନଜର ଆସିଛନ୍ତି ଐଶ୍ୱର୍ଯ୍ୟା ।

ତେବେ ଐଶ୍ ଏବେ ନିଜ ଆଗାମୀ ଫିଲ୍ମ ଫ୍ୟାନି ଖାନର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ତାଙ୍କ ସହ ଅଭିନେତା ଅନୀଲ୍ କପୁର୍ ବି ଏକ ପ୍ରମୁଖ ଭୂମିକାରେ ନଜର ଆସିବେ । ଖାସ୍ କଥା ହେଲା ୧୫ ବର୍ଷ ପରେ ଐଶ୍ୱର୍ଯ୍ୟା ଓ ଅନୀଲ କପୁରଙ୍କୁ ଏକାଠି ପରଦାରେ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More