Only for Entertainment

ଆପଣ ଜାଣନ୍ତି କି ହାଣ୍ଡସମ୍ ଯୁବକଙ୍କୁ ଦେଖି ଯୁବତୀମାନେ କଣ ଭାବନ୍ତି ?

daca nu prea
0 67

ସାଧାରଣତଃ ରାସ୍ତାରେ ଗୋଟେ ସୁନ୍ଦରୀ ଯୁବତୀକୁ ଦେଖିଲେ ସବୁ ପୁଅଙ୍କ ନଜର ତାଙ୍କଠାରୁ ହଟି ନଥାଏ । ମାତ୍ର ଆପଣ କେବେ ଚିନ୍ତାକରିଛନ୍ତି ଯେ, ଗୋଟେ ରୂପବାନ୍ ପୁଅକୁ ଦେଖିଲେ ଝିଅମାନଙ୍କ ମନରେ କଣ ସବୁ ଚିନ୍ତା ଧାରା ଆସେ ବୋଲି । ସେମିତିରେ ବି ଅଧିକାଂଶ ସମୟରେ ଦେଖିବାକୁ ମିଳିଥାଏ ,ଯେବେବି କୌଣସି ଝିଅ କୌଣସି ରୂପବାନ୍ ପୁଅକୁ ଦେଖନ୍ତି ତେବେ ତାଙ୍କୁ ଏଭଳି ଦେଖିଥାନ୍ତି ଯେପରିକି ସେମାନଙ୍କୁ କିଛି ଫରକ୍ ପଡି ନଥାଏ । ମାତ୍ର ତାଙ୍କ ହୃଦୟ ଭିତରେ କିଛି ଅଲଗା ଚାଲିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରସଙ୍ଗରେ ଜଣାଇବୁ ଯାହା ଗୋଟେ ଝିଅ ଗୋଟେ ସୁନ୍ଦର ପୁଅକୁ ପ୍ରଥମ ଥର ପାଇଁ ଦେଖିଲେ ଭାବିଥାଏ ।

ଆପଣ ଦେଖିଥିବେ ଝିଅମାନେ ସାଧାରଣତଃ ଥରେ ଗୋଟେ ପୁଅକୁ ଦେଖିବାପରେ ତାଙ୍କଠାରୁ ନଜର ହଟାଇ ଦିିଅନ୍ତି । ଏପରି ସେମାନେ ଏଥିପାଇଁ କରିଥାନ୍ତି ଯେମିତି ପୁଅଟି ଜାଣି ନପାରେ ଝିଅଟି ତାକୁ ଲୁଚି ଲୁଚି ଚାହୁଁଛି ବୋଲି ।

ଝିଅମାନେ ଯେତେବେଳେ ଗୋଟେ ରୂପବାନ୍ ପୁଅକୁ ଦେଖନ୍ତି ସେତେବେଳେ ତାଙ୍କ ମନ ଭିତରେ ସେହି ପୁଅକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଯାଇଥାଏ । ଯେପରିକି, ପିଲାଟି ତ ସୁନ୍ଦର ଅଛି କିନ୍ତୁ ତାର ସେଭଳି ବୁଦ୍ଧି ଅଛିତ । ସେ ବିବାହିତ ନା ଅବିବାହିତ । ଯଦି ନା, ତେବେ ତା’ର କୌଣସି ଗର୍ଲଫ୍ରେଣ୍ଡ ନାହିଁ ତ ଇତ୍ୟାଦି ଇତ୍ୟାଦି ।

କିଛି ଝିଅ ଭାବନ୍ତି ଯେ, ଏମିତ କଣ କଲେ ଠିକ୍ ହେବ ଯେଉିଁଥି ପାଇଁ ପିଲାଟି ମୋ ପ୍ରତି ଆକର୍ଷିତ ହେବ । ଆଉ ମୋ ସହ କଥା ହେବାକୁ ଇଚ୍ଛା ପ୍ରକାଶ କରିବ । ଆଉ କିଛି ଝିଅ ଭାବନ୍ତି ସେମାନେ ଆଗେ କାହିଁ କଥା ହେବେ । ସେ କଣ ଉକ୍ତ ପୁଅଠାରୁ କୌଣସି ଗୁଣରୁ କମ୍ ଅଛନ୍ତି କି ।

ଗୋଟେ ସୁନ୍ଦର ପୁଅକୁ ଦେଖି ଆଉ କିଛି ଝିଅ ଭାବନ୍ତି ଯଦି କେହି ତାଙ୍କ ଜୀବନରେ ଆସିବ ତେବେ ସେ ଏହି ପୁଅଟି ଭଳି ହୋଇଥାଉ । କେହି କେହି ମଧ୍ୟ ଭାବନ୍ତି ତା ନମ୍ବରଟି କେମିତି ମିଳିଯାନ୍ତା କି । ଆଉ ତାସହ ଖୋଲା ଖୋଲି ଭାବେ କଥା ହୋଇପାରନ୍ତି । ଖାଲି ସେତିକି ନୁହେଁ ଆଉ କିଛି ଝିଅ ସେହି ପୁଅକୁ ନିଜ ଜୀବନସାଥୀ କରିବାକୁ ସଙ୍କଳ୍ପ ମଧ୍ୟ କରିପକାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More