Only for Entertainment

ଗର୍ଭ ଧାରଣ ପୂର୍ବରୁ ନେବାକୁ ପଡେ ମାଲିକଙ୍କ ଅନୁମତି ! ନଚେତ୍…

you tube
30

ଚୀନର ଏକ ଘରୋଇ ବ୍ୟାଙ୍କ ନିଜ ଅଜବ ନିଷ୍ପତି ପାଇଁ ଚର୍ଚ୍ଚାରେ ଏବଂ ସମାଲୋଚନାର ଶିକାର ହୋଇଛି । ବ୍ୟାଙ୍କ ନିଜର ଜଣେ ମହିଳା କର୍ମଚାରୀଙ୍କୁ ଗର୍ଭପାତ ନଚେତ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛି । ମହିଳାଙ୍କ ଭୁଲ ହେଉଛି ସେ ଗର୍ଭ ଧାରଣ କରିବାକୁ ଯାଉଛନ୍ତି ବୋଲି ପୂର୍ବରୁ ତାଙ୍କ ବସଙ୍କୁ ଜଣାଇନଥିଲେ କି ତାଙ୍କ ଅନୁମତି ନେଇନଥିଲେ ।

ଘଟଣାଟି ସିଜିୟାଜୁଆଙ୍ଗ ପ୍ରାନ୍ତରରେ ଥିବା ଏକ ବ୍ୟାଙ୍କର । ବ୍ୟାଙ୍କର ନିୟମ ଅନୁସାରେ ମହିଳା କର୍ମଚାରୀମାନେ ବସଙ୍କ ଅନୁମତି ମିଳିବା ପରେ ହିଁ ଗର୍ଭଧାରଣ କରିପାରିବେ । ବ୍ୟାଙ୍କ ନିଜର ସମସ୍ତ ମହିଳା କର୍ମଚାରୀଙ୍କୁ ଅନୁମତି ପରେ ଗର୍ଭଧାରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛି । ଯଦି କୌଣସି ମହିଳା ଏହା ନମାନନ୍ତି ତେବେ ତାଙ୍କୁ ଗର୍ଭପାତ ନଚେତ ଜରିମାନା ଦେବାକୁ ପଡିବ ।

ଗତ ଅକ୍ଟୋବର ମାସରେ ଏହି ଘଟଣାଟି ପଦାକୁ ଆସିଲା । ବ୍ୟାଙ୍କରେ କାର୍ଯ୍ୟ କରୁଥିବା ମହିଳା ଜଣଙ୍କ ବିନା ଅନୁମତିରେ ଗର୍ଭଧାରଣ କରିଥିଲେ । ଯେତେବେଳେ ବ୍ୟାଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେଲା ସେତେବେଳେ ମହିଳା ଜଣଙ୍କ ଘଟଣାକୁ ବାହାରେ ପ୍ରଘଟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More