କେଶକୁ ଘନ କରିବାରେ ସାହାଯ୍ୟ କରେ ମେଥି । ଜାଣନ୍ତୁ କିପରି ।
ଆଜିକାଲିର ରସାୟନ ଯୁକ୍ତ ଖାଦ୍ୟ ଖାଇ ଶରୀର ତ ଅସୁସ୍ଥ ହେଉଛି ତାହା ସହିତ କେଶ ଏବଂ ତ୍ୱଚା ଉପରେ ଖୁବ ଖରାପ ପ୍ରଭାବ ପଡ଼ୁଛି । ଖାସ କରି କେଶ ବହୁ ମାତ୍ରାରେ ଝଡ଼ିଯାଉଛି ଏବଂ ଏହା ସହିତ ପତଳା ମଧ୍ୟ ହେଉଛି । ତେବେ ଏଭଳି ପରିସ୍ଥିତିରେ ଆପଣ ଚିନ୍ତିତ ହେବା ସ୍ୱଭାବିକ କଥା । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣ କିଭଳି ଏହି ସମସ୍ୟାରୁ ମୁକ୍ତି ପାଇବେ । ତେବେ ଏହାର ଖୁବ ସାଧାରଣ ଉପାୟ ରହିଛି । ଯାହା ଦ୍ୱାରା ଆପଣ ଅତି ସହଜରେ ଘରେ ଏହି ସମସ୍ୟାର ଉପଚାର କରିପାରିବେ । ଆସନ୍ତୁ ଆଲୋଚନା କରିବା ।
ଅଣ୍ଡା ଓ ଘିଅକୁଆଁରୀ ମାସ୍କ –
ଅଣ୍ଡା ଓ ଘିଅକୁଆଁରୀ କେଶକୁ ମୋଟା କରିବାରେ ସାହାଯ୍ୟ କରିଥାଏ । ଗୋଟିଏ ଅଣ୍ଡା ସହ ୨ ଚାମଚ ଘିଅକୁଆରୀ ରସ ମିଶାଇ ଏକ ମିଶ୍ରଣ କରନ୍ତୁ । ଏହି ମିଶ୍ରଣକୁ କେଶରେ ଲଗାନ୍ତୁ ଓ ୧ ଘଣ୍ଟା ପରେ କେଶ ଧୋଇଦିଅନ୍ତୁ । ପରେ କେଶକୁ ସାମ୍ପୋ କରିନିଅନ୍ତୁ । ପ୍ରତି ସପ୍ତାହରେ ଏପରି ଥରେ କରନ୍ତୁ ।
ମେଥିର କେଶ ମାସ୍କ-
ମେଥି କେବଳ ରୁପି ଦୂର କରେନି ଏହା କେଶମୂଳକୁ ମଧ୍ୟ ମଜଭୂତ କରେ । ରାତିସାରା ମେଥିଦାନାକୁ ପାଣିରେ ଭିଜାଇ ରଖନ୍ତୁ ଓ ସକାଳେ ତାକୁ ବାଟି କିଛି ଦହି ମିଶାନ୍ତୁ । ଏହି ମିଶ୍ରଣକୁ କେଶରେ ଲଗାଇ ଥଣ୍ଡା ପାଣିରେ ମୁଣ୍ଡ ଧୋଇଦିଅନ୍ତୁ ।
କଦଳୀ ମାସ୍କ –
ବହୁତ ପୋଷଣ ପାଇଁ କେଶ ମୂଳରୁ ମୋଟା ହେବା ଦରକାର । ଏଥିପାଇଁ ଏକ ପାଚିଲା କଦଳୀକ, ୨ ଚାମଚ ଜାଇତୁନ ତେଲ , ୨ ଚାମଚ ଲେମ୍ବୁ ରସ ଓ ୨ ଚାମଚ ନଡିଆ ତେଲ ମିଶାନ୍ତୁ । ଏହି ପେଷ୍ଟକୁୁ କେଶରେ ଲଗାଇ ୧୫ ମିନିଟ ଛାଡିଦିଅନ୍ତୁ । ଏହାପରେ ଥଣ୍ଡା ପାଣିରେ କେଶ ଧୋଇ ଦିଅନ୍ତୁ ।
ଦହି କେଶ ମାସ୍କ –
ଦହିରେ ଏନାଜାଈମ ଥିବାରୁ ଏହା ଶରୀର ପାଇଁ ଭଲ । ଏଥିରେ କଶ ମଜଭୁତ ରହେ ଓ କେଶ ଝଡିବା ବନ୍ଦ ହୋଇଯାଏ । ଏକ କପ ଦହିରେ, ୧ ଚାମଚ ମହୁ ମିଶାଇ ଏକ ମିଶ୍ରଣ ତିଆରି କରନ୍ତୁ । ଏହାକୁ କେଶରେ ଲାଗାନ୍ତୁ ଏବଂ ପରେ ଥଣ୍ଡା ପାଣିରେ ମୁଣ୍ଡ ଧୋଇ ଦିଅନ୍ତୁ ।