Only for Entertainment

ପବିତ୍ର ଦୀପାବଳି ଉପଲକ୍ଷେ ଘରେ ତିଆରି କରନ୍ତୁ କାଜୁ-ମଖାନା ଶାହୀ ଖିରୀ

36

ଆବଶ୍ୟକୀୟ ସାମଗ୍ରୀ

୧ରୁ ଦେଢ଼ କପ୍‌ ମଖାନା, ୩ ଟେବଲସ୍ପୁନ୍‌ ଦେଶୀ ଘିଅ, ଅଧଚାମଚ ଡାଳଚିନି ଗୁଣ୍ଡ, ୮ଟି କୁଟା ଯାଇଥିବା ପିସ୍ତା, ୫୦୦ ମିଲି କ୍ଷୀର, ୪ ଟେବଲସ୍ପୁନ୍‌ ଖୁଆ, ୧ରୁ ଦେଢ଼ କପ୍‌ କାଜୁ, ଏକ ଚତୁର୍ଥାଂଶ କପ୍‌ ଚିନି, ୧ ଟେବଲସ୍ପୁନ୍‌ କିଶ୍‌ମିଶ।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଏକ ନନ୍‌ଷ୍ଟିକ୍‌ ପ୍ୟାନ୍‌ରେ ଘିଅ ଗରମ କରନ୍ତୁ। ଏଥିରେ କାଜୁ ପକାଇ ଭଲ ଭାବେ ଭାଜନ୍ତୁ। ଏହାକୁ ପ୍ଲେଟ୍‌କୁ ବାହାର କରି ରଖନ୍ତୁ। ଅନ୍ୟ ଏକ ପାତ୍ରରେ କ୍ଷୀର ଭଲ ଭାବେ ଗରମ କରନ୍ତୁ। କ୍ଷୀର ଭଲ ଭାବେ ଫୁଟିଗଲା ପରେ ଗ୍ୟାସ୍‌କୁ ଧିମା ଆଞ୍ଚରେ ରଖନ୍ତୁ। ଏହାପରେ ଏହି କ୍ଷୀରରେ ମଖାନା, କାଜୁ ମିକ୍ସଚରକୁ ଏଥିରେ ପକାନ୍ତୁ। ଏହାପରେ ଡାଳଚିନି ଗୁଣ୍ଡ, କୁଟା ପିସ୍ତା ଏକା ସହିତ ଏଥିରେ ପକାନ୍ତୁ। ସମସ୍ତ ଜିନିଷ ଭଲ ଭାବେ ମିକ୍ସ ହେଲା ଯାଏ ଏହାକୁ ଗୋଳାନ୍ତୁ। କ୍ଷୀର ଗାଢ଼ା ହୋଇଗଲେ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ। ନର୍ମାଲ ଟେମ୍ପରେଚର ହେବା ପରେ ଏହି ଖିରୀକୁ ଫ୍ରିଜ୍‌ରେ ରଖନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ନବରାତ୍ରି ସ୍ପେସାଲ କାଜୁ-ମଖାନା ଖିରୀ। ଏହି ଖିରୀ ଖାଆନ୍ତୁ ଓ ଅନ୍ୟକୁ ଖାଇବାକୁ ଦିଅନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More