Only for Entertainment

ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ୨.୦ର ବିଏଫଏକ୍ସ ଦେଖି ଚାତକ ଭଳି ଚାହିଁ ରହିଯିବେ, ଦେଖନ୍ତୁ ପ୍ରଥମ ଝଲକ !

bollywoodlife
0 51

ଅକ୍ଷୟ କୁମାର ଏବଂ ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ବଡ ବଜେଟ ଫିଲ୍ମ ‘୨.୦’ଭାରତୀୟ ସିନେମାର ସବୁଠାରୁ ଦାମୀ ଫିଲ୍ମ ଅଟେ । ଏହି ଫିଲ୍ମ ପ୍ରସ୍ତୁତ କରିବା ଲାଗି ନିର୍ଦ୍ଦେଶକ ଶଙ୍କର ଖୁବ ସାରା ସମୟ ଲଗାଇଛନ୍ତି । କେବଳ ସେତିକି ନୁହେଁ ପ୍ରଡକ୍ସନ ହାଉସ ଏକ ଆଶା ବାନ୍ଧି ଆଶାରୁ ଅଧିକ ଟଙ୍କା ଖର୍ଚ୍ଚ କରି ସାରିଲେଣି । ଫିଲ୍ମରେ ଜଡିତ ବ୍ୟକ୍ତିଙ୍କ ପ୍ରୟାସ ଏହା ଯେ ‘୨.୦’ବିଶ୍ୱସ୍ତରୀୟ ଫିଲ୍ମ ହେବା ଆବଶ୍ୟକ । ଯେ କେହି ବି ଦେଖୁ କହିବା ପାଇଁ ମଜବୁର ହୋଇଯାଉ ଯେ ଭାରତୀୟ ସିନେମା ଏକ ନୂଆ ପର୍ଯ୍ୟାୟ ଆରମ୍ଭ କରିବାକୁ ଯାଉଛି ।

ଏକ ରିପୋର୍ଟ ମୂତାବକ ଫିଲ୍ମରେ ଖୁବ ମନ ଲଗାଇ ସମସ୍ତେ କାମ କରୁଥିବା ପ୍ରମାଣ ମିଳିଛି । ଅସଲରେ ଇଂଟରନେଟରେ ବିବିସି ଚ୍ୟାନେଲର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ୨.୦ ଫିଲ୍ମର ଫୁଟେଜ ଦେଖିବାକୁ ମିଳିଛି ।

ଏହି ଭିଡିଓରେ ଆମି ଜାକସନ କଷ୍ଟ୍ୟୁମରେ ନଜର ଆସିଛନ୍ତି ଏବଂ କ୍ରୁ ମେମ୍ବର କାମରେ ଜୋରଦାର ଭାବେ ଲାଗି ପଡିଛନ୍ତି । ଫିଲ୍ମ ସହ ଯୋଡି ରହିଥିବା ଟେକ୍ନିସିଆନ ବାରମ୍ବାର ୨.୦ର ମତାମତ ଦେଉଛନ୍ତି । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଏହି ଫିଲ୍ମର ରିଲିଜ ଡେଟ ଡେରି ଡେରି ହେବାରେ ଲାଗିଛି କାରଣ ଏଥିରେ ବିଏଫଏକ୍ସ ୱାର୍କ ଖୁବ ସମୟ ନେଉଛି । ନିର୍ଦ୍ଦେଶକ ଆଗରୁ କହିଥିଲେ ଯେ ପର୍ଯ୍ୟନ୍ତ ତାଙ୍କୁ ଫାଇନାଲ ପ୍ରଡକ୍ଟ ନ ମିଳିଯାଏ ସେ ପର୍ଯ୍ୟନ୍ତ ଫିଲ୍ମ ରିଲିଜ କରିବେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More