Only for Entertainment

କପିଲ ଦେବଙ୍କ ଠାରୁ ରଣବୀର ଟ୍ରେନିଂ ନେଉଥିବାର ଦେଖି ଭାବୁକ ହେଲେ ପତ୍ନୀ ଦୀପିକା, କମେଣ୍ଟ କରି କହିଲେ ଏହି କଥା

Indiatimes
41

ରଣବୀର ସିଂ ଏବଂ ଦୀପିକା ପାଦୁକୋନ ପରସ୍ପରକୁ କେତେ ସପୋର୍ଟ କରନ୍ତି ତାହା ପ୍ରତ୍ୟେକ ସମୟରେ ଦେଖିବାକୁ ମିଳିଥାଏ । ଉଭୟ ପରସ୍ପରକୁ ସ୍ପେଶାଲ ଫିଲ କରାଇବା ପାଇଁ କୌଣସି ମଉକାକୁ ଛାଡନ୍ତି ନାହିଁ ।

ନିକଟରେ ରଣବୀର ସିଂ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସେ ଜଣା ଶୁଣା କ୍ରିକେଟର କପିଲ ଦେବଙ୍କ ଠାରୁ ଟ୍ରେନିଂ ନେଇଥିବାର ଦେଖିବାକୁ ମିଳୁଛି । ଏହି ଭିଡିଓରେ ଦୀପିକା କମେଣ୍ଟ କରି ଲେଖିଛନ୍ତି- ‘ତୁମେ ଯେତେ ଶିଖିବା କଥା ଶିଖିନିଅ । କାରଣ ଏହି ଦିନ ପୁଣି ଥରେ ଆସିବ ନାହିଁ । ମୁଁ ତୁମ ଉପରେ ଗର୍ବ କରେ’ ।

ଦେଖନ୍ତୁ ଭିଡିଓ-

 

View this post on Instagram

 

Workin’ the #NatrajShot ?with the Man Himself #KapilDev ? @83thefilm #blessed #journeybegins @kabirkhankk

A post shared by Ranveer Singh (@ranveersingh) on

ranveer

କହିରଖୁଛୁ ଯେ, ୧୯୮୩ ବିଶ୍ୱ କପ କ୍ରିକେଟ ଉପରେ ଆଦାରିତ ଫିଲ୍ମରେ ରଣବୀର ସିଂ କପିଲ ଦେବଙ୍କ ଭୂମିକାରେ ନଜର ଆସିବେ । ଅନେକ ଲୋକେ ଏହି ଫିଲ୍ମକୁ କପିଲ ଦେବଙ୍କ ବୟୋପିକ ବୋଲି ମଧ୍ୟ କହୁଛନ୍ତି । ସେଥିପାଇଁ ରଣବୀର ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଶୁଣିବାକୁ ମିଳୁଛି ଯେ ଫିଲ୍ମର ସୁଟିଂ ପାଇଁ ପୁରା ଟିମ ଖୁବ ଶୀଘ୍ର ଲଣ୍ଡନ ଗରସ୍ତରେ ଯିବେ । ଫିଲ୍ମ ୨୦୨୦ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More