Only for Entertainment

ରିଲିଜ ହେଲା ଆଗାମୀ ବଲିଉଡ୍ ସସ୍ପେନ୍ସ – ଥ୍ରୀଲର୍ ଫିଲ୍ମ ‘ବଦଲା’ର ପ୍ରଥମ ଗୀତ – ‘କ୍ୟୁଁ ରବା’ !

66

ଆଗାମୀ ବଲିଉଡ୍ ସସ୍ପେନ୍ସ – ଥ୍ରୀଲର୍ ଫିଲ୍ମ ‘ବଦଲା’ର ପ୍ରଥମ ଗୀତ – କ୍ୟୁଁ ରବା ମୁକ୍ତିଲାଭ କରିଛି । ଗୀତରେ ଅଭିନେତ୍ରୀ ତାପସି ପନ୍ନୁଙ୍କ ଇମୋସନାଲ୍ ଅବତାର ଦେଖିବାକୁ ମିଳିଛି । ଫିଲ୍ମଟି ଏକ ଥ୍ରୀଲର୍ କାହାଣୀକୁ ନେଇ ଗତିଶୀଳ ହୋଇଛି । ଯେଉଁଥିରେ ପ୍ରମୁଖ ଭୂମିକାରେ ଅଭିନେତ୍ରୀ ତାପସି ପନ୍ନୁଙ୍କୁ ଦେଖିବାକୁ ମିଳିଛି । ମୁକ୍ତିଲାଭ କରିଥିବା ଏହି ଇମୋସନାଲ୍ ଗୀତରେ ଶୁଣିବାକୁ ମିଳିଛି ଅରମାନ୍ ମଲ୍ଲିକଙ୍କ ଆକର୍ଷଣୀୟ ଗାୟିକି । ଆଉ ଏହି ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଅମାଲ୍ ମଲ୍ଲିକ୍ । ଆଉ ଏହି ଗୀତର ଲିରିକ୍ସ ଦେଇଛନ୍ତି କୁମାର୍ । ସିନେମାରେ ତାପସିଙ୍କ ବ୍ୟତୀତ ବଲିଉଡ୍ ବିଗ୍ ବି ଅମିତାଭ୍ ବଚ୍ଚନଙ୍କୁ ମଧ୍ୟ ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି ।

ରେଡ୍ ଚିଲି ଏଂଟରଟେନମେଂଟ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ପ୍ରଯୋଜନା କରିଛନ୍ତି ଶାହରୁଖ୍ ଖାନ୍ ଓ ଗୌରି ଖାନ୍ । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସୁଯୋୟ ଘୋଷ । ୮ ମାର୍ଚ୍ଚରେ ପରଦାକୁ ଆସିବ ଚଳଚ୍ଚିତ୍ର ବଦଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More