Only for Entertainment

ରିଲିଜ ହେଲା ଫିଲ୍ମ ‘ବାଏ ପାସ୍’ର ଆଉ ଏକ ନୂଆ ଗୀତ ‘ଇସ୍କ ମୈନେ ପାୟା’ !

27

‘ସାହୋ’ର ସଫଳତା ପରେ ଅଭିନେତା ନୀଲ୍ ନିତିନ୍ ମୁକେଶ ପୁଣି ଏକ ଦମଦାର୍ ଚରିତ୍ର ସହ ପରଦାକୁ ଫେରିବାକୁ ଯାଉଛନ୍ତି । ତାଙ୍କ ଆଗାମୀ ଫିଲ୍ମର ଟାଇଟେଲ୍ ରହିଛି ‘ବାଏ ପାସ୍’ । ଏକ ସସ୍ପେନ୍ସ – ଥ୍ରୀଲର୍ କାହାଣୀକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି । ଫିଲ୍ମର ୨ୟ ଗୀତ ରିଲିଜ୍ ହୋଇଛି ।

ଆଗାମୀ ସସ୍ପେନ୍ସ – ଥ୍ରୀଲର୍ ଫିଲ୍ମ ‘ବାଏ ପାସ୍’ର ୨ୟ ଗୀତ ମୁକ୍ତିଲାଭ ହୋଇଛି । ଗୀତର ଟାଇଟେଲ ରହିଛି ‘ଇସ୍କ ମୈନେ ପାୟା’ । ଗୀତରେ ରହିଛି ସାହାରିବଙ୍କ ଗାୟିକି । ତୋଷି ଓ ସାହାରିବଙ୍କ ସଂଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁୁତ ଏହି ଗୀତରେ ନୀଲ ଓ ଅଦାଙ୍କ ରୋମାନ୍ସ ଦେଖିବାକୁ ମିଳିଛି । ଏକ ସସପେନ୍ସ ଥ୍ରୀଲର୍ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏହି ଚଳଚ୍ଚିତ୍ର । ଫିଲ୍ମରେ ଅଭିନେତା ନୀଲ୍ ନିତିନ୍ ମୁକେଶଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ।

ଫିଲ୍ମରେ ସୁଧାଂଶୁ ପାଣ୍ଡେ, ରଜିତ୍ କପୁର୍, ଗୁଲ୍ ପନାଗ୍, ଶମା ସିକନ୍ଦର୍, ମନିଷ ଚୌଧୁରୀ ଆଦି କଳାକାରଙ୍କୁ ଅନ୍ୟାନ୍ନ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ ଏହି ସିନେମାରେ । ନିଲ୍ ନିତିନ୍ ମୁକେଶଙ୍କ କାହାଣୀ, ସ୍କ୍ରିନପ୍ଲେ ଓ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ନମନ ନିତିନ୍ ମୁକେଶ । ୧ ନଭେମ୍ବରରେ ପରଦାକୁ ଆଶିବ ଏହି ଚଳଚ୍ଚିତ୍ର ବାଏ ପାସ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More