Only for Entertainment

କମଲ ହାସନଙ୍କ ଫିଲ୍ମ ‘ବିଶ୍ୱରୂପମ ୨’ କୁ ନେଇ ବିବାଦ, ଏହି କମ୍ପାନୀ କୋର୍ଟରେ ଦାଖଲ କଲା ପିଟିସନ ।

deccanchronicle
0 41

ଏକ ଫିଲ୍ମ ନିର୍ମାଣ କମ୍ପାନୀ ମାଡ୍ରାସ ଉଚ୍ଚ ନ୍ୟାୟାଳୟରେ ପିଟିସନ ଦାଖଲ କରି କମଲ ହାସନଙ୍କ ଫିଲ୍ମ ‘ବିଶ୍ୱରୂପମ ୨’ର ରିଲିଜ ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି । ଏହି ଫିଲ୍ମ ୧୦ ଅଗଷ୍ଟକୁ ରିଲିଜ ହେବାକୁ ନିର୍ଣ୍ଣୟ କରାଯାଇଛି ।

ଖବର ଅନୁସାରେ ‘ପିରାମିଡ ସୈମିରା ପ୍ରଡକ୍ସନ ଇଣ୍ଟରନ୍ୟାସନାଲ’ ତାମିଲ ଏବଂ ହିନ୍ଦୀ ଭାଷାରେ ‘ମର୍ମଯୋଗୀ’ ଫିଲ୍ମ ନିର୍ମାଣ ପାଇଁ କମଲ ହାସନଙ୍କ ପ୍ରଡକ୍ସନ ହାଉସ ‘ରାଜକମଲ ଫିଲ୍ମସ ଇଣ୍ଟନ୍ୟାସନାଲ’କୁ ଦେଇଥିବା ୫.୪୪ କୋଟି ଟଙ୍କାକୁ ଫେରି ପାଇବା ପାଇଁ ଏହି ପିଟିସନ ଦାଖଲ କରିଛନ୍ତି ।

ପିଟିସନ ଅନୁସାରେ, ‘ପିରାମିଡ ସୈମିରା ପ୍ରଡକ୍ସନ ଇଣ୍ଟରନ୍ୟାସନାଲ’ କମ୍ପାନୀ ରାଜକମଲ ଫିଲ୍ମସ ସହିତ ୧୦୦ କୋଟିର ‘ମର୍ମଯୋଗୀ’ ଫିଲ୍ମ ନିର୍ମାଣ ପାଇଁ ୨ ଏପ୍ରିଲ ୨୦୦୮ରେ ସହମତି ପତ୍ର ସ୍ୱାକ୍ଷର କରିଥିଲେ ।

ଏହାପରେ ରାଜକମଲ ଫିଲ୍ମସ କମଲ ହାସନଙ୍କୁ ଅଭିନୟ, ନିର୍ଦ୍ଦେଶନା, କାହାଣୀ ଏବଂ ସ୍କ୍ରିନପ୍ଲେ ପାଇଁ ୧୦.୯୦ କୋଟି ଦେଇଥିଲା । ଅଭିଯୋଗକାରୀଙ୍କ କହିବା ଅନୁସାରେ କମଲ ହାସନ ପଇସା ମିଳିବା ପରେ ଫିଲ୍ମ ନିର୍ମାଣ କରିବା ପାଇଁ ରୁଚି ଦେଖାଇନଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More