Only for Entertainment

କମେଡି ଡ୍ରାମା ଫିଲ୍ମ ଡ୍ରିମଗର୍ଲ ରିଲିଜ ପାଖେଇ ଆସୁଥିଲେ ହେଁ ସାମ୍ନାକୁ ଆସିଲା ଆଉ ଏକ ପାର୍ଟି ସଙ୍ଗ, ଶୁଣିଲେ ଝୁମି ଉଠିବେ ଦର୍ଶକ !

35

ବଲିଉଡ୍ ଅଭିନେତା ଆୟୁଷ୍ମାନ ଖୁରାନା ନିଜ ଜବରଦସ୍ତ ଅଭିନୟ ପାଇଁ ଆଜିକାଲି ବେଶ୍ ଚର୍ଚ୍ଚାରେ ରହୁଛନ୍ତି । ତାଙ୍କ ପ୍ରତ୍ୟେକ ସିନେମାରେ ଆୟୁଷ୍ମାନଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ । ଆଉ ନିଜ ପ୍ରତ୍ୟେକ ଚରିତ୍ରକୁ ବେଶ୍ ଆକର୍ଷଣୀୟ ଭାବେ ପରଦାରେ ତୋଳି ପାରନ୍ତି ଏହି ଅଭିନେତା ଜଣକ । ଫଳରେ ନିଜ ପିଲ୍ମ ଅନ୍ଧାଧୁନ୍ ପାଇଁ ଜାତୀୟ ସମ୍ମାନ ମଧ୍ୟ ହାତେଇବାକୁ ଯାଉଛନ୍ତି ଆୟୁଷ୍ମାନ । ତେବେ ଏହି ଅଭିନେତା ଜଣକ ଏବେ ନିଜ ଅପକମିଂ ଫିଲ୍ମ ‘ଡ୍ରିମ୍ ଗର୍ଲ’ର ପ୍ରୋମସନରେ ବ୍ୟସ୍ତ ଅଛନ୍ତି । ସିନେମାଟି ଆସନ୍ତାକାଲି ରିଲିଜ୍ ହେବାକୁ ଯାଉଛି । ଆଉ ଏହି ସିନେମାରେ ମଧ୍ୟ ଆୟୁଷ୍ମାନଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ପାଇବେ ଦର୍ଶକ ।

ତେବେ ଫିଲ୍ମ ରିଲିଜ ପାଖେଇ ଆସୁଥିଲେ ହେଁ ଫିଲ୍ମର ଆଉ ପାର୍ଟି ସଙ୍ଗ ରିଲିଜ ହୋଇଛି । ଗୀତର ବୋଲ ରହିଛି ‘ଗଟ ଗଟ’ । ଏହି ଗୀତରେ ନୁସରତ ଏବଂ ଆୟୁଷ୍ମାନଙ୍କ ଜବରଦସ୍ତ ଡାନ୍ସ ଦେଖିବାକୁ ମିଳିଛି ।ଏହି ଗୀତକୁ ଗାଇଛନ୍ତି ମିଟ ବ୍ରୋସ ଜଶ ଜେଲଦାର ଏବଂ ଖୁସବୁ ଗେରୱାଲ ଏବଂ ଏଥିରେ ସଙ୍ଗୀତ ଦେଇଛନ୍ତି ମିଟ ବ୍ରୋସ୍ । ତେବେ ଗୀତଟି ପାର୍ଟି ସଙ୍ଗ ହୋଇଥିବା ବେଳେ ଏହା ଦର୍ଶକଙ୍କୁ ଖୁବ ଭଲ ଲାଗିବ ବୋଲି ଆଶା କରାଯାଉଛି ।

ଫିଲ୍ମ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ଆସନ୍ତାକାଲି ଅର୍ଥାତ ୧୩ସେପ୍ଟେମ୍ବରରେ ପରଦାରେ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ପୂଜା ନାମକ ଜଣେ ଝିଅ ହୋଇ ଫୋନ୍ ମାଧ୍ୟମରେ ପୁଅମାନଙ୍କୁ ପ୍ରେମ ଜାଲରେ ଫସାଉଛନ୍ତି ଆୟୁଷ୍ମାନ୍ । ନିଜର ଏହି ଚରିତ୍ର ପାଇଁ, ଶ୍ରେଷ୍ଠ ଅଭିନେତ୍ରୀର ସମ୍ମାନ ମିଳୁ ବୋଲି ଆୟୁଷ୍ମାନ୍ ଆଶା ରଖିଛନ୍ତି । ନିକଟରେ ନିଜର ଏକ ଇଂଟର୍ଭ୍ୟୁରେ ସେ କହିଛନ୍ତି, ଡ୍ରିମ୍ଗର୍ଲର ପୂଜା ଚରିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମନୋନୀତ କରିବା କଥା । ତେବେ ତାହା ସମ୍ଭବ ହେବ କି ନାହିଁ ଆସନ୍ତା ବର୍ଷ ଜଣା ପଡିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More