Only for Entertainment

ରିଲିଜ ହେଲା ଫିଲ୍ମ ‘ଫ୍ରାଏ ଡେ’ର ଟ୍ରେଲର, ଦେଖିବାକୁ ମିଳିଲା ଗୋବିନ୍ଦା-ବରୁଣଙ୍କ ଜବରଦସ୍ତ କମେଡି ତଡକା ।

NewsX
0 34

ବଲିଉଡ ଅଭିନେତା ଗୋବିନ୍ଦାଙ୍କ ଆଗାମୀ କମେଡି ଫିଲ୍ମ ‘ଫ୍ରାଏଡେ’ର ଟ୍ରେଲର ନିକଟରେ ରିଲିଜ ହୋଇଛି । ଏହି ଫିଲ୍ମରେ ଗୋବିନ୍ଦା ଲମ୍ବା ବ୍ୟବଧାନ ପରେ ଫିଲ୍ମରେ ନଜର ଆସିବେ । ଟ୍ରେଲରରେ ଖୁବ ମଜାଦାର କମେଡି ଦେଖିବାକୁ ମିଳିଛି । ଟ୍ରେଲରରେ ଗୋବିନ୍ଦା ରସିକ ମିଜାଜରେ ନଜର ଆସିଛନ୍ତି । ଫିଲ୍ମରେ ବରୁଣ ଶର୍ମା ମଧ୍ୟ ନଜର ଆସିଛନ୍ତି । ଫିଲ୍ମରେ ଗୋବିନ୍ଦା ବରୁଣଙ୍କ ଭିଣୋଇ ଭୂମିକାରେ ନଜର ଆସିଛନ୍ତି ।

ଫିଲ୍ମରେ ଗୋବିନ୍ଦା ଏବଂ ବରୁଣଙ୍କ ସମେତ ସଂଜୟ ମିଶ୍ରା, ବୃଜେନ୍ଦ୍ର କାଲାଙ୍କ ପରି କଳାକାର ନଜର ଆସିଛନ୍ତି । ଏହି ଫିଲ୍ମ ଜରିଆରେ ଟିଭି ସିରିଏଲ ବୀରା ଫେମ ଅଭିନେତ୍ରୀ ଦିଗାଙ୍ଗନା ସୂର୍ଯ୍ୟବଂଶୀ ବଲିଉଡ ଡେବ୍ୟୁ କରିଛନ୍ତି । ପୁଷ୍ପଦୀପ ଭାରଦ୍ୱାଜଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୧୨ ଅକ୍ଟୋବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More