Only for Entertainment

‘ଉରି’ ପରେ ଏବେ ଭାରତୀୟ ନୌସେନାଙ୍କ ଦମ ଦେଖିବାକୁ ମିଳିବ ପରଦାରେ, ୧୯୭୧ରେ ପାକିସ୍ତାନକୁ ଚଟାଇଥିଲେ ଧୂଳି !

39

୨୦୧୯ ଆରମ୍ଭ ରେ ଆସି ଉରି:ଦ ସର୍ଜିକାଲ ଷ୍ଟ୍ରାଇକ’ ବକ୍ସଅଫିସରେ ସମସ୍ତ ରେକର୍ଡ ଭାଙ୍ଗି ଥିଲା । ଫିଲ୍ମକୁ ଲୋକ ଏତେମାତ୍ରାରେ ପସନ୍ଦ କରିଥିଲେ ଯେ ଏହା ହାରାହାରି ୩୩୬.୯୭କୋଟି ବ୍ୟବସାୟ କରିଥିଲା । ଏଠାରେ ଆମେ କହି ରଖୁଛୁ ଯେ ମାତ୍ର ୪୫କୋଟି ମୂଲ୍ୟ ବଜେଟରେ ଏହି ଫିଲ୍ମ ପ୍ରସ୍ତୁତ ହୋଇଥିଲା । ଫିଲ୍ମରେ ଅଭିନେତା ବିକ୍କି କୌଶଲଙ୍କ ବ୍ୟତୀତ ପରେଶ ରାୱଲ ଏବଂ ମୋହିତ ରୈନାଙ୍କ ଅଭିନୟକୁ ମଧ୍ୟ ଖୁବ ପ୍ରଶଂସା କରାଯାଇଥିଲା । ଦେଶଭକ୍ତି ଉପରେ ପ୍ରସ୍ତୁତ ହୋଇଥିବା ଫିଲ୍ମ ସବୁବେଳେ ଦର୍ଶକ ଖୁବ ପସନ୍ଦ କରିଥାଆନ୍ତି । ଏକ ରିପୋର୍ଟ ମୁତାବକ ୧୯୭୧ରେ ହୋଇଥିବା ଭାରତ-ପାକିସ୍ତାନ ଲଢେଇରେ କରାଚୀ ହାର୍ବର ହମଲା ଉପରେ ଏବେ ଏକ ଫିଲ୍ମ ପ୍ରସ୍ତୁତ ହେବାକୁ ଯାଉଛି ।

ମିଳିତ ସୂତ୍ର ମୁତାବକ ଫିଲ୍ମ ଟି-ସିରିଜର ଭୂଷଣ କୁମାର, ତନୁଜ ଗର୍ଗ, ଅତୁଲ କାସ୍ୱେକର ଏବଂ ସ୍ୱାତି ଅୟର ଚାୱଲା ମିଶି ପ୍ରଡ୍ୟୁସ କରିବେ । ନୌସେନାଙ୍କ ଉପରେ ପ୍ରସ୍ତୁତ ଏହି ଫିଲ୍ମର ନାଁ ‘ନେବି ଡେ’ରଖାଯିବ । ଚଳିତ ବର୍ଷ ଶେଷ ସୁଦ୍ଧା ଫିଲ୍ମ ସୁଟିଂ ଆରମ୍ଭ ହୋଇପାରେ ବୋଲି ଅନୁମାନ ହେଉଛି ।

ଫିଲ୍ମ ବିଷୟରେ ଭୂଷଣ କୁମାର କହିଛନ୍ତି ଆମ ଦେଶର ନାଭି ଏହି ହମଲାରେ ଶତୃ ଦେଶର ଅନେକ କ୍ଷତି କରିଥିଲା । ବୀରତା, ରୋମାଂଚ ଏବଂ ନିଆରା କାହାଣୀ ଅଟେ ଏହା । ଏହି ଫିଲ୍ମରେ ରଜନୀଶ ଘଇ ନିର୍ଦ୍ଦେଶନା ଭାର ତୁଲାଇବେ । ଏଠାରେ ଆମେ କହି ରଖୁଛୁ ଯେ ରଜନୀଶ ଘଈ ଆଡ ଫିଲ୍ମର ନିର୍ଦ୍ଦେଶନା ଭାର ପରେ ଏବେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । କେବଳ ସେତିକି ନୁହେଁ ଆର୍ମି ବ୍ୟାକଗ୍ରାଉଣ୍ଡରୁ ଆସିଥିବା ରଜନୀଶ ଘଈ ଏହାପୂର୍ବରୁ ଭାରତ ଏୟାରଫୋର୍ସର ୮୪ତମ ବାର୍ଷିକ ଉତ୍ସବ ଉପରେ ଫିଲ୍ମ ସୁଟ କରିସାରିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧର ଇତିହାସରେ ସାମିଲ ହୋଇଛି । ଭାରତର ଏହି ଜୟ ଲାଭ ପାକିସ୍ତାନକୁ ଏଭଳି କ୍ଷତ ଦେଇଥିଲା ଯାହା ସାରା ଜୀବନ ସେ କେବେ ଭୂଲି ପାରିବ ନାହିଁ । କେବଳ ସେତିକି ନୁହେଁ ଏହି ଯୁଦ୍ଧ ପରେ ଦୁନିଆ ନକ୍ସାରେ ବଙ୍ଗଲାଦେଶ ଏକ ସ୍ୱୂତନ୍ତ୍ର ଦେଶ ରୁପରେ ମୁଣ୍ଡ ଟେକି ଥିଲା । ୩ଡିସେମ୍ବର, ୧୯୭୧ରେ ପାକିସ୍ତାନର ବାୟୁସେନା ଭାରତ ଉପରେ ହମଲା କରିଥିଲା । ଭାରତର ଅମୃତସର ଏବଂ ଆଗ୍ରା ସହ ଅନେକ ସହରକୁ ଟାର୍ଗେଟ କରିଥିଲା ଏବଂ ଏହାସହ ୧୯୭୧ରେ ଭାରତ-ପାକ ଯୁଦ୍ଧର ଆରମ୍ଭ ହୋଇଥିଲା । ୧୬ଡିସେମ୍ବର, ୧୯୭୧ ପାକିସ୍ତାନର ସେନା ଭାରତ ସାମ୍ନାରେ ଆତ୍ମ ସର୍ମପଣ କରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More