Only for Entertainment

ଟ୍ରେନରେ ଲଟକି କିସ କରିବା ପଡିଲା ମହଙ୍ଗା, ସୋସିଆଲ ମିଡିଆରେ ଲୋକ ନେଲେ ଏଭଳି ମଜା !

0 59

ଯେବେଠାରୁ ପ୍ରସିଦ୍ଧ ନିର୍ମାତା ମହେଶ ଭଟ୍ଟ ନିଜର ଆଗାମୀ ଫିଲ୍ମ ଜଲେବୀୀ ପୋଷ୍ଟର ଜାରି କରିଛନ୍ତି , ସୋସିଆଲ ମିଡିଆରେ ଯେପରି ମିମ୍ସର ବନ୍ୟା ହୋଇ ଯାଇଛି ।

ଫିଲ୍ମର ଏହି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଟ୍ରେନର ଜରୁରୀକାଳୀନ ଝରକାରେ ଲଟକି ଅଭିନେତା ବରୁଣ ମିତ୍ରାଙ୍କୁ କିସ କରୁଥିବାର ନଜର ଆସିଛନ୍ତି । ଏବେ ଲୋକମାନେ ଏହି ପୋଷ୍ଟରକୁ ଏଭଳି ଏଭଳି ଭର୍ସନ ରେ ଶେୟାର କରୁଛନ୍ତି. ଯାହାକୁ ଦେଖିଲେ ଆପଣ ଆପଣଙ୍କ ହସକୁ ରୋକି ପାରିବେ ନାହିଁ ।

ଫିଲ୍ମ ଜଲେବୀ ପୋଷ୍ଟର ବାହାନାରେ ଲୋକକୁ ଆଇଡିଆ ଏବଂ ବୋଡାଫୋନର ମର୍ଜରର ମଜାକ ଉଡାଇବାକୁ ମଉକା ମିଳି ଯାଇଛି । ମାର୍କେଟରେ ଜିଓ ଆସିବା ପରେ ଟେଲିକମ ଅପରେଟରଙ୍କୁ କ୍ଷତି ସହିବାକୁ ପଡୁଛି । ଏଭଳି କିଛି ଏହି ପୋଷ୍ଟରରେ ଦେଖିବାକୁ ମିଳିଛି ।

 

ନୋଟବନ୍ଦୀ ଆଣିଥିବା ସରକାର ଏବଂ ଏହାର ପ୍ରଚାର କରିଥିବା ଭକ୍ତ ଏହାକୁ ଦେଖି ଅଟକି ଯାଇଛନ୍ତି, କଳା ଧନ ନିଜ ମାଲିକଙ୍କ ପାଖେ ପହଂଚି ଯାଇଛି ସେ ବି ଆରାମ ଏବଂ ଭଲ ପାଇବା ସହ .. ।

ଏହିଭଳି ଜଣେ ୟୁଜର ପୋଷ୍ଟରରେ ଥିବା ହିରୋଇନଙ୍କୁ ବିଲ୍ଡିଂରେ ହିଁ ଲଟକାଇ ଦେଇଛନ୍ତି । ଏହି କାମରେ ତାଙ୍କୁ ସାହାଯ୍ୟ କରିଛନ୍ତି ମୁନ୍ନାଭାଇ ।

ସେହିଭଳି ସେ ଥଟ୍ଟା ହିଁ କଣ ଯଦି ରାଜନୀତି ଏବଂ ନେତାକୁ ନେଇ ନ ହୁଏ । ଠିକ ସେହିଭଳି ଏକ ପୋଷ୍ଟର୍କୁ ଦେଖି ପରିଷ୍କାର ଜଣା ପଡୁଛି ଯେଏହାକୁ ବିଜେପି ସମର୍ଥକ ପ୍ରସ୍ତୁତ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More