Only for Entertainment

ସାମ୍ନାକୁ ଆସିଲା ସୁଶାନ୍ତ-ସାରାଙ୍କ ଅଭିନୀତ ଫିଲ୍ମ ‘କେଦାରନାଥ’ର ପ୍ରଥମ ପୋଷ୍ଟର, ଜାଣନ୍ତୁ କେବେ ହେବ ରିଲିଜ

Zee News
0 50

ଆଗାମୀ ଫିଲ୍ମ କେଦାରନାଥର ପ୍ରଥମ ପୋଷ୍ଟର୍ ରିଲିଜ୍ ହୋଇଛି । ଶୈଫ ଲାଡ଼ଲି ସାରା ଅଲି ଖାନ୍ ଏବଂ ସୁଶାନ୍ତ ସିଂହ ରାଜପୁତ ଅଭିନୀତ ଫିଲ୍ମ କେଦାରନାଥ ଚଳିତ ବର୍ଷ ନଭେମ୍ବର ମାସ ୩୦ ତାରିଖରେ ରିଲିଜ ହେବାର ପୋଷ୍ଟରରେ ଉଲ୍ଲେଖ ହୋଇଛି । ଫିଲ୍ମଟି ଏକ ପ୍ରେମ କାହାଣୀ ଉପରେ ଆଧାରିତ ହୋଇଥିବା ବେଳେ ସାରାଙ୍କ ଫିଲ୍ମ କ୍ୟାରିଅର ପାଇଁ ଏହା ବେଶ ସହାୟକ ହେବ ବୋଲି ଆଶା କରାଯାଉଛି ।

ଫିଲ୍ମର ନିର୍ଦ୍ଦେଶକ ଅଭିଷେକ କପୁର ମଙ୍ଗଳବାର ଟୁଇଟ କରି ଫିଲ୍ମ ବିଷୟରେ ସୂଚନା ଦେଇଥିଲେ । ଫିଲ୍ମର ପ୍ରଥମ ପୋଷ୍ଟରେ ଭଗବାନ ଶିବଙ୍କ ଫଟୋଥିବା ବେଳେ ଏହାର ପୃଷ୍ଠଭୂମିରେ ସୁଶାନ୍ତ ସାରାଙ୍କୁ ମୁଣ୍ଡରେ କିସ କରୁଥିବାର ନଜର ଆସିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଫିଲ୍ମ ପ୍ରଥମେ ୨୧ ଡିସେମ୍ବରକୁ ରିଲିଜ କରିବା ପାଇଁ ସ୍ଥିର କରାଯାଇଥିଲା କିନ୍ତୁ କିଛି କାରଣରୁ ଏହାକୁ ଶୀଘ୍ର ରିଲିଜ କରାଯିବ । ଏହି ଫିଲ୍ମ ‘କେଦାରନାଥ’ରେ ଆସିଥିବା ବନ୍ୟା ଉପରେ ଆଧାରିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More