Only for Entertainment

ରିଲିଜ୍ ହେଲା ବଲିଉଡ୍ ଫିଲ୍ମ ‘ମରଜାୱାଁ’ର ରୋମାଂଟିକ୍ ଗୀତ, ଝଲସିଲା ସିଦ୍ଧାର୍ଥ ମଲହୋତ୍ରା ଓ ତାରା ସତାରିଆଙ୍କ ରୋମାନ୍ସ !

65

ଆଗାମୀ ବଲିଉଡ୍ ରୋମାଂଟିକ୍- ଡ୍ରାମା ଫିଲ୍ମ ‘ମରଜାୱାଁ’କୁ ନେଇ ଚର୍ଚ୍ଚାରେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ ଅଭିନେତ୍ରୀ ତାରା ସତାରିଆ । ଦୁହିଁଙ୍କୁ ପରଦାରେ ପ୍ରଥମ ଥର ପାଇଁ ରୋମାନ୍ସ କରିବାରେ ଦେଖିବାକୁ ମିଳିବ ଏହି ସିନେମାରେ । ସିଦ୍ଧାର୍ଥ ପୂର୍ବରୁ ନିଜ ଅଭିନୟ ଜରିଆରେ ବଲିଉଡରେ ପ୍ରତିଷ୍ଠିତ ହୋଇଥିବାବେଳେ, ତାରାଙ୍କ ଏହା ଦ୍ୱିତୀୟ ଫିଲ୍ମ ହେବାକୁ ଯାଉଛି । ଏମାନଙ୍କ ଲଭ୍ – ରୋମାନ୍ସକୁ ନେଇ ଫିଲ୍ମର ଏକ ମନଛୁଆଁ ଗୀତ ରିଲିଜ୍ ହୋଇଛି ।

ଆଗାମୀ ବଲିଉଡ୍ ଆକ୍ସନ୍ – ରୋମାଂଟିକ୍ ଚଳଚ୍ଚିତ୍ର ‘ମରଜାୱାଁ’ର ପ୍ରଥମ ଗୀତ ‘ତୁମ୍ ହି ଆନା’ ମୁକ୍ତିଲାଭ କରିଛି । ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ ଅଭିନେତ୍ରୀ ତାରା ସତାରିଆଙ୍କୁ ଏହି ଗୀତରେ ଦେଖିବାକୁ ମିଳିଛି । ଆକର୍ଷଣୀୟ ଲିରିକ୍ସ ଓ ହୃଦୟସ୍ପର୍ଶୀ ସଙ୍ଗୀତ ଏହି ଗୀତକୁ କରିଛି ଆକର୍ଷଣୀୟ । କଣ୍ଠଶିଳ୍ପୀ ଜୁବିନ ନୌତିଆଲଙ୍କ ଆକର୍ଷଣୀୟ ଭଏସ୍ ଏହି ଗୀତକୁ କରିଛି ଆହୁରି ଆଟ୍ରାକ୍ଟିଭ୍ । ଏଥିରେ ସଙ୍ଗୀତର ଭାର ତୁଲାଇଛନ୍ତି ପାୟଲ୍ ଦେବ୍ । ଆଉ ଏହାର ଲିରିକ୍ସ ଦେଇଛନ୍ତି କୁନାଲ୍ ବର୍ମା ।


ପ୍ରଥମ ଥର ପାଇଁ ସିଦ୍ଧାର୍ଥ ଓ ତାରାଙ୍କ ଯୋଡି ପରଦାରେ କରିବେ ରୋମାନ୍ସ । ଦୁହିଁଙ୍କୁ ନେଇ ଏକ ଆକର୍ଷଣୀୟ ପ୍ରେମ କାହାଣୀକୁ ଏହି ସିନେମାରେ ସ୍ଥାନ ଦେଇଛନ୍ତି ମେକର୍ । ଟି-ସିରିଜ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ମିଲାପ୍ ଜାଭେରି । ୮ ନଭେମ୍ବରରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ‘ମରଜାୱାଁ’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More