Only for Entertainment

ରିଲିଜ ହେଲା ଫିଲ୍ମ ‘ମରନେ ଭି ଦୋ ୟାରୋ’ର ଆଉ ଏକ ପୋଷ୍ଟର !

57

ବଲିଉଡ ଅଭିନେତା କୃଷ୍ଣା ଅଭିଷେକ ନିଜ ଆଗାମୀ ଫିଲ୍ମ ‘ମରନେ ଭି ଦୋ ୟାରୋ’କୁ ନେଇ ଅନେକ ଦିନ ହେବ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ଏହି ଫିଲ୍ମର ଆଉ ଏକ ପୋଷ୍ଟର ରିଲିଜ ହୋଇଛି । ଯାହାକୁ ଦର୍ଶକଙ୍କ ଠାରୁ ନେଇ ପ୍ରଶଂସକ ମାନେ ଖୁବ ପସନ୍ଦ କରିଛନ୍ତି । ନିକଟରେ ଏହି ଫିଲ୍ମର ପ୍ରଥମ ପୋଷ୍ଟର ସହ ଫିଲ୍ମ ନିର୍ମାତା ଫିଲ୍ମ ଟ୍ରେଲର ରିଲିଜ ତାରିଖ ମଧ୍ୟ ଶେୟାର କରିଥିଲେ ।

ତେବେ ଟ୍ରେଲର ୨୯ସେପ୍ଟେମ୍ବରରେ ରିଲିଜ ହେବ । ଏହି ଫିଲ୍ମ ଜରିଆରେ କଶ୍ମୀରା ସାହ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଛନ୍ତି ।

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଏହି ଫିଲ୍ମରେ କଶ୍ମୀରା ସାହ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି । ଏହାସହ ଏହି ଫିଲ୍ମରେ ଋଷଭଙ୍କ ସହ କିରଣ କୁମାର, ରାଜେଶ ପୂରୀ ଏବଂ କିଶ୍ୱର ମର୍ଚାଂଟ ମୁଖ୍ୟ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More