Only for Entertainment

୧୦୨ ନଟ ଆଉଟ ପରେ କୋର୍ଟ ରୁମ ଡ୍ରାମା ‘ମୁଲ୍କରେ’ ନଜର ଆସିବେ ଋଷି କପୁର ।

aajtak
0 47

ଫିଲ୍ମ ‘୧୦୨ ନଟ ଆଉଟ’ରେ ଅଭିନେତା ଋଷି କପୁରଙ୍କ ଲୁକ ସମସ୍ତଙ୍କୁ ଖୁବ ପସନ୍ଦ ଆସିଥିଲା । କିନ୍ତୁ ଏବେ ତାଙ୍କର ଏକ ନୂଆ ଲୁକ ଭାଇରାଲ ହେବାରେ ଲାଗିଛି । ଏହି ନୂଆ ଅବତାର ହେଉଛି ତାଙ୍କର ନୂଆ ଫିଲ୍ମ ‘ମୁଲ୍କ’ର ଚରିତ୍ର । ଏହି ଫିଲ୍ମ୍ମରେ ଋଷି କପୁର ତାପସୀ ପନ୍ନୁଙ୍କ ସହିତ ନଜର ଆସିଛନ୍ତି ।

 


ଋଷି କପୁର ଫ୍ୟାନ୍ସଙ୍କ ପାଇଁ ଫିଲ୍ମର ଏକ ଫଟୋ ଟ୍ୱିଟରରେ ସେୟାର କରିଛନ୍ତି । ଏଥିରେ ସେ ଏକ କୋର୍ଟ ରୁମରେ ଛିଡ଼ା ହୋଇଥିବାର ନଜର ଆସିଛନ୍ତି । ଏହା ସହିତ ତାପସୀ ପନ୍ନୁ ଜଣେ ଓକିଲ ଭାବରେ ନଜର ଆସିଛନ୍ତି । ତେବେ ଫିଲ୍ମ ୨୭ ଜୁଲାଇକୁ ରିଲିଜ ହେବ ।

 


ଫିଲ୍ମ ‘୧୦୨ ନଟ ଆଉଟ’ରେ ଋଷିଙ୍କ ଅଭିନୟକୁ ଦର୍ଶକ ଖୁବ ପ୍ରଶଂସା କରିଥିଲେ ଏବଂ ତାଙ୍କ ଏହି ଲୁକ ରିଅଲ ଦେଖାଯିବା ପାଇଁ ମେକ ଅପରେ ୩ ଘଂଟା ସମୟ ଲାଗୁଥିଲା ।

କୋର୍ଟ ରୁମ ଡ୍ରାମା ଫିଲ୍ମ ‘ମୁଲ୍କ’ର ନିର୍ଦ୍ଦେଶକ ହେଉଛନ୍ତି ଅନୁଭବ ସିହ୍ନା । ଏହା ସହିତ ଦୀପକ ମୁକୁଟ ଏବଂ ଅନୁଭବ ସିହ୍ନା ହେଉଛନ୍ତି ଏହାର ନିର୍ମାତା । ତେବେ ତାପସୀଙ୍କୁ ପୁଣିଥରେ ଏହି ଲୁକରେ ଦେଖି ଫିଲ୍ମ ‘ପିଙ୍କ’ରେ ତାଙ୍କ ଚରିତ୍ର ମନେ ପଡ଼ିଯାଉଛି । ତେବେ ସେ ଋଷିଙ୍କ ଟ୍ୱିଟକୁ ରିଟ୍ୱିଟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More