Only for Entertainment

ରିଲିଜ ହେଲା ‘ନମସ୍ତେ ଇଂଲଣ୍ଡ’ଫିଲ୍ମର ପୋଷ୍ଟର ।

indiawest
0 52

ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଅପକମିଂ ଫିଲ୍ମ ‘ନମସ୍ତେ ଇଂଗଲଣ୍ଡ’ର ପୋଷ୍ଟର ରିଲିଜ ହୋଇଛି । ଏହି ଫିଲ୍ମରେ ଅର୍ଜୁନଙ୍କ ସହ ନାୟିକା ପରିଣିତି ଚୋପ୍ରା ନଜର ଆସିବେ । ଏହି ଫିଲ୍ମ ଚଳିତ ବର୍ଷ ଡିସେମ୍ବର ପରିବର୍ତ୍ତେ ଅକ୍ଟୋବରରେ ରିଲିଜ ହେବ । ପରିଣିତି ଏବଂ ଅର୍ଜୁନ ନିଜେ ଏହି ଖବରକୁ ସୋସିଆଲ ମିଡିଆରେ ପୋଷ୍ଟ କରି ସ୍ୱୀକାର କରିଛନ୍ତି ।
ଯେଉଁ ପୋଷ୍ଟର ଫିଲ୍ମ ନିର୍ମାତା ରିଲିଜ କରିଛନ୍ତି ସେଥିରେ ଅର୍ଜୁନ ଏବଂ ପରିଣିତି ଏକ ବୁଲେଟ ମୋଟର ସାଇକେଲ ଦୁହେଁ ଦୁହିଁଙ୍କ ହାତ ଧରିଛନ୍ତି ଏବଂ ତାଙ୍କ ପଛରେ ଅନେକ ଇଂଲଣ୍ଡର ଫ୍ଲାଗ ଦେଖିବାକୁ ମିଳିଛି ।

ଅଚାନକ ଏହାର ରିଲିଜ ମାସ କାହିଁକି ବଦଳାଗଲା ଏହା କାହାକୁ ଜଣା ନାହିଁ ମାତ୍ର ଖବର ମୁତାବକ ସୁଟିଂ ପାଖାପାଖି ଶେଷ ହୋଇଗଲାଣି । ତେଣୁ ହୁଏତ ଏହି କାରଣରୁ ନିର୍ମାତା ଏହାକୁ ଦଶହରା ସମୟରେ ରିଲିଜ କରାଇବା ପାଇଁ ନିର୍ଣ୍ଣୟ କରିଛନ୍ତି । ନିର୍ମାତା ଅନୁମାନ କରୁଛନ୍ତି ଯେ ଦଶହରା ସମୟ ଫିଲ୍ମ ରିଲିଜ କରିବା ପାଇଁ ସଠିକ ସମୟ ଅଟେ ।

ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ ଦୁଇ ବ୍ୟକ୍ତିଙ୍କ ସମ୍ପର୍କରେ ରହିଛି ଯାହା ଭାରତରୁ ଆରମ୍ଭ କରି ଇଂଲଣ୍ଡ ପର୍ଯ୍ୟନ୍ତ ରହିଛି । ବିଶେଷ ସୂତ୍ରରୁ ପ୍ରକାଶ ଯେ ନିର୍ଦ୍ଦେଶକ ବିପୁଲ ଶାହ ପଂଜାବର ଏଭଳି କିଛି ଲୋକେସନରେ ସୁଟ କରାଇଛନ୍ତି, ଯେଉଁଠି ଏବେ ପର୍ଯ୍ୟନ୍ତ ବଲିଉଡର କୌଣସି ଫିଲ୍ମ ସୁଟିଂ କରାଯାଇ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More