Only for Entertainment

ରିଲିଜ ଅପେକ୍ଷାରେ ରୋମାଟିଂକ ଫିଲ୍ମ ପଲ ପଲ ଦିଲ କେ ପାସ, ପ୍ରଡକ୍ସନ ହାଉସ ଜାରି କରିଛି ଏହାର ପ୍ରଥମ ମେକିଂ ଭିଡିଓ !

35

ରିଲିଜ ଅପେକ୍ଷାରେ ରୋମାଟିଂକ ଫିଲ୍ମ ପଲ ପଲ ଦିଲ କେ ପାସ । ନିକଟରେ ଫିଲ୍ମର ଟିଜର, ଟ୍ରେଲର ଓ ଗୀତ ରିଲିଜ କରାଯିବା ପରେ ଏବେ ପ୍ରଡକ୍ସନ ହାଉସ ଜାରି କରିଛି ଏହାର ପ୍ରଥମ ମେକିଂ ଭିଡିଓ । ମେକିଂ ଭିଡିଓରେ ବିଶେଷ କରି ଫିଲ୍ମର ଷ୍ଟଂଟ ସିନ ସୁଟିଂ ସମୟର ଦୃଶ୍ୟକୁ ସ୍ଥାନ ଦିଆଯାଇଛି । ପାହାଡିଆ ଇଲାକାରେ ଫିଲ୍ମର ଲିଟିଲ ଷ୍ଟାର କରଣ ଦେଓଲ ଓ ସେହର ବାମ୍ବା କରିଥିବା ଜବରଦସ୍ତ ଷ୍ଟଂଟ ସିନର ଝଲକ ଆପଣ ଟ୍ରେଲରରେ ଦେଖିସାରିଥିବେ ।ଏବେ ଆସିଛି ସୁଟିଂ ସମୟର କିଛି ଝଲକ ।

ସବୁଠୁ ବଡ କଥା ହେଉଛି ଫିଲ୍ମ ଅଧିଂକାଶ ଷ୍ଟଂଟ ସିନ ନିଜେ କରଣ ଓ ସେହର ହିଁ କରିଛନ୍ତି । କେଉଁଠି ମାଇନସଡିଗ୍ରୀ ପାଣିରେ ସର୍ଟଲେଟ ହୋଇ କରଣ ସୁଟିଂ କରୁଛନ୍ତି ତ ପୁଣି କେଉଁଟି ବିରାଟ ବିରାଟ ପାହାଡ ଉପରକୁ ଟ୍ରେକିଂ କରିଛନ୍ତି । ଅନ୍ୟପଟେ ନବାଗତା ସେହର ମଧ୍ୟ ବିଭିନ୍ନ ପ୍ରକାର ଷ୍ଟଂଟ ଏକାକୀ କରି ସୁଟିଂ ସେଟରେ ପ୍ରଂଶସା ସାଉଁଟିଛନ୍ତି । କୌଣସି ଷ୍ଟଂଟ ମ୍ୟାନଙ୍କ ବଦଳରେ ନିର୍ଦ୍ଦେଶକ ସନ୍ନି ଦେଓଲ କରଣ ଓ ସାହିରଙ୍କୁ ନେଇ କରିଛନ୍ତି ଏକ ସେ ବଡ କର ଏକ ସିନ ।

ଷ୍ଟାରକାଷ୍ଟଙ୍କ ସହ ସମସ୍ତ କ୍ରିୟୁ ମେମ୍ବର ସୁଟିଂ ପାଇଁ ବେଶ ପରିଶ୍ରମ କରିଥିବା ଏହି ମେକିଂ ଭିଡିଓରେ ଆପଣ ଦେଖିପାରୁଥିବେ । ସନ୍ନି ଦେଓଲ୍ ଓ ଜି ଷ୍ଟୁଡିଓଜର ମିଳିତ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ନିଜେ ସନ୍ନି ଦେଓଲ୍ । ଏହି ସିନେମା ଜରିଆରେ ସନ୍ନି ଦେଓଲ୍ ନିଜ ପୁଅ କରଣଙ୍କୁ ଲଂଚ୍ କରୁଛନ୍ତି । ଆଉ ତାଙ୍କ ସହ ନବାଗତା ସୁନ୍ଦରୀ ସେହେର୍ ବାମ୍ବାଙ୍କୁ ନାୟିକା ଭାବେ ଦେଖିବାକୁ ମିଳିବ । ଫିଲ୍ମଟି ଆସନ୍ତା ସେପ୍ଟେମ୍ବର ୨୦ରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More