Only for Entertainment

ପୁଣି ଘୁଞ୍ଚିଲା ଫିଲ୍ମ ‘ପରମାଣୁ’ର ରିଲିଜ ଡେଟ, ମେ’୪ ପରିବର୍ତ୍ତେ ଏହି ଡେଟରେ ହେବ ରିଲିଜ

DNA India
0 45

ପୁଣି ଘୁଂଚିଲା ପରମାଣୁ – ଦ ଷ୍ଟୋରୀ ଅଫ୍ ପୋଖରନର ରିଲିଜ୍ ଡେଟ୍ । ୪ ମେ’ରେ ଫିଲ୍ମର ରିଲିଜ୍ ନେଇ ଅଭିନେତା ଜନ୍ ଆବ୍ରାହମ ଘୋଷଣା କରିଥିବାବେଳେ ଏବେ ତାହା ୨୫ ମେ’କୁ ଘୁଂଚାଯାଇଛି ।

parmanu

ଫିଲ୍ମଟି ଭାରତୀୟ ସେନା ଉପରେ ଆଧାରିତ ଏକ ସତ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି । ଟ୍ରେଲରରେ ଭାରତ ଇତିହାସର ଅନେକ ବିଷୟକୁ ଗୁରୁତ୍ୱ ଦିଆଯାଇଛି । ଏହି ଫିଲ୍ମରେ ଅଭିନେତା ଜନ୍ ଆବ୍ରାହମ ଓ ଅଭିନେତ୍ରୀ ଡାଏନା ପେଂଟିଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିଛି ।

Parmanu

ଭାରତୀୟ ସେନା ନିକଟରେ ଯେତେବେଳେ ପ୍ରଥମ ନ୍ୟୁକ୍ଲିଅର୍ ବମ୍ ଆସେ ଏବଂ ଏହାର ପରିକ୍ଷଣ ହୁଏ ସେ ସମୟରେ କଣ ସବୁ ଘଟିଥିଲା, ତାହାକୁ ନେଇ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ପରମାଣୁ – ଦ ଷ୍ଟୋରୀ ଅଫ୍ ପୋଖରନ୍ । ଫିଲ୍ମଟି ପ୍ରଥମେ ଡିସେମ୍ବର ୮, ୨୦୧୭ରେ ମୁକ୍ତିଲାଭ କରିବାର ସ୍ଥିର ହୋଇଥିଲା । ପରେ ଏହାର ରିଲିଜ୍ ଏପ୍ରିଲ୍ ୬ ଆଉ ଏବେ ମେ ୨୫ରେ ରିଲିଜ୍ ହେବାକୁ ଯାଉଛି ପରମାଣୁ – ଦ ଷ୍ଟୋରୀ ଅଫ୍ ପୋଖରନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More