Only for Entertainment

ରିଲିଜ ହେଉ ହେଉ ଛାଇଲା ‘ପତି ପତ୍ନୀ ଔର ୱ’ର ନୂଆ ଗୀତ ‘ଧୀମେ ଧୀମେ’, ଦେଖନ୍ତୁ ଭିଡିଓ

latestly
66

ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ, ଅନନ୍ୟା ପାଣ୍ଡେ ଏବଂ ଭୂମି ପେଡନେକରଙ୍କ ଷ୍ଟାରର ଫିଲ୍ମ ‘ପତି ପତ୍ନୀ ଔର ୱ’ର ନୂଆ ଗୀତ ‘ଧୀମେ ଧୀମେ’ ରିଲିଜ ହେବା ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଟୋନି କକ୍କର ଏବଂ ନେହା କକ୍କରଙ୍କ ଭଏସରେ ଏହି ଗୀତକୁ ଲୋକେ ଖୁବ ପସନ୍ଦ କରିବାରେ ଲାଗିଛନ୍ତି । ଏହି ଗୀତର ଲିରିକ୍ସକୁ ଟୋନୀ କକ୍କର, ତନିଷ୍କ ବାଗଚୀ ଏବଂ ମେଲ୍ଲୋ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି ।

ଫିଲ୍ମର ଏହି ପାର୍ଟି ସଙ୍ଗରେ କାର୍ତ୍ତିକ ନିଜର ଦୁଇ ଦୁଇଟି ହିରୋଇନଙ୍କ ସହିତ ଅଲଗା ଅଲଗା ସ୍ଥାନରେ ଝୁମୁଥିବାର ନଜର ଆସିଛନ୍ତି । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା ଯାହାକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ଫିଲ୍ମକୁ ଲୋକେ ଖୁବ ପସନ୍ଦ କରିବେ ବୋଲି ଆଶା କରାଯାଉଛି । ଫିଲ୍ମ ୬ ଡିସେମ୍ବରରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More