Only for Entertainment

ଫିଲ୍ମ ସମୀକ୍ଷା: ‘ରେଡ’

youtube
0 49

Ratings

8.5
Awesome
  • IMDb 8.4
  • Times Of India 8.5

ନିର୍ଦ୍ଦେଶକ- ରାଜକୁମାର ଗୁପ୍ତା
ଷ୍ଟାର କାଷ୍ଟ- ଅଜୟ ଦେବଗନ, ଇଲିଆନା ଡିକ୍ରୁଜ, ସୌରଭ ଶୁକ୍ଳା, ଅମିତ ସୟାଲ, ପୁଷ୍ପା ଜୋଶୀ
ସମୟ- ୨ ଘଣ୍ଟା ୦୮ ମିନିଟ
ସାର୍ଟିଫିକେଟ- ୟୁ/ଏ

‘ଆମିର’, ‘ନୋ ୱାନ କିଲଡ ଜେସିକା’ ପରି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ନିର୍ଦ୍ଦେଶକ ରାଜକୁମାର ଗୁପ୍ତାଙ୍କ ଫିଲ୍ମ ‘ରେଡ’ ୧୬ ମାର୍ଚ୍ଚରେ ରିଲିଜ ହୋଇଛି । ନିର୍ଦ୍ଦେଶକ ରାଜକୁମାର ଏଥର ୮୦ ଦଶକରେ ହୋଇଥିବା ଭାରତର ସବୁଠାରୁ ବଡ ଇନକମ ଟ୍ୟାକ୍ସ ବିଭାଗର ଚଢାଉ ଉପରେ ଅହି ଫିଲ୍ମ ନିର୍ମାଣ କରିଛନ୍ତି । ଫିଲ୍ମରେ ଅଜୟ ଏବଂ ଇଲିଆନା ଲିଡ ରୋଲରେ ନଜର ଆସିଛନ୍ତି ।

୧୯୮୧ର ଉତ୍ତର ପ୍ରଦେଶର ଲକ୍ଷୌ ସହରର କାହାଣୀ ଉପରେ ଏହା ଆଧାରିତ । ଏହି ସହରକୁ ଇନକମ ଟ୍ୟାକ୍ସ ବିଭାଗର ଅଫିସର ଅମୟ ପଟ୍ଟନାୟକ(ଅଜୟ ଦେବଗନ)ଙ୍କର ଟ୍ରାନ୍ସଫର ହୁଏ । ଏବଂ ସେ ତାଙ୍କ ପତ୍ନୀ ମାଳୀନି ପଟ୍ଟନାୟକ (ଇଲିଆନା)ଙ୍କ ସହିତ ସେଠାକୁ ଆସନ୍ତି । ଡିପାର୍ଟମେଣ୍ଟରେ ତାଙ୍କ ସହିତ ମାତହତ ଲଲ୍ଲନ(ଅମିତ ସୟାଲ) ଏବଂ ଅନ୍ୟ ଲୋକ କାମ କରନ୍ତି । ଅମୟକୁ ସୂଚନା ମିଳେ ରାମୋଶ୍ୱରମ ସିଂ ବା ତାଉଜୀ(ସୌରଭ ଶୁକ୍ଲା) ନିଜ ଘରେ ବହୁତ ଟଙ୍କା ଲୁଚାଇ ରଖିଛି । ଏହାପରେ ସେ ନିଜ ଟିମ ସହିତ ତାଉଜୀଙ୍କ ଘରେ ରେଡ କରିବା ପାଇଁ ଯାଆନ୍ତି । ଏହା ପରେ ଫିଲ୍ମରେ ଅନେକ ଟୁଇଷ୍ଟ ଆସିଛି । ଏବଂ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସିଛି । ଏହା ପରେ କ’ଣ ଘଟୁଛି ଜାଣିବା ପାଇଁ ଆପଣଙ୍କୁ ଫିଲ୍ମ ଦେଖିବାକୁ ପଡିବ ।

raid

ଫିଲ୍ମର କାହାଣା ଖୁବ ଭଲ ହୋଇଛି । ରାଜକୁମାର ଗୁପ୍ତା ଏବଂ ରିତେଶ ଶାହା ମିଶି ଯେଉଁ ସ୍କ୍ରିନପ୍ଲେ ଲେଖିଛନ୍ତି ତାହା ଲୋକଙ୍କୁ ଖୁବ ପସନ୍ଦ ଆସିଛି । ଫିଲ୍ମର ଡାଇଲଗ ପାଇଁ ରିତେଶ ଶାହାଙ୍କର ଯେତେ ପ୍ରଶଂସା କରାଯିବ ତାହା କମ ହେବ ।

ଫିଲ୍ମରେ କ୍ୟାମେରର ଭଲ ପ୍ରୟୋଗ କରାଯାଇଛି । ଏହା ସହିତ ଏଡିଟିଙ୍ଗ ମଧ୍ୟ ଖୁବ ଭଲ ହୋଇଛି । ରାଜକୁମାରଙ୍କ ନିର୍ଦ୍ଦେଶନା କମାଲ କରିଛି ।

ଅଜୟ ଦେବଗନଙ୍କ ଅଭିନୟ ଚମତ୍କାର ହୋଇଛି । ଦର୍ଶକ ସାଧାରଣ ଭାବେ ତାଙ୍କ ସହିତ ନିଜକୁ କନେକ୍ଟ କରିପାରିବେ । ସେହିପରି ଜଣେ ସଚୋଟ ଅଫିସର ସାମ୍ନାରେ ବଳଶାଳୀ ନେତା ରୂପରେ ସୌରଭ ଶୁକ୍ଳା ଖୁବ ଦମଦାର ଅଭିନୟ କରିଛନ୍ତି । ଏହା ସହିତ ଜେଜେ ମା’ ରୂପରେ ୮୫ ବର୍ଷୀୟ ପୁଷ୍ପା ସିଂଙ୍କ ଅଭିନୟ ମଧ୍ୟ ଚମତ୍କାର ହୋଇଛି । ଫିଲ୍ମର ବ୍ୟାକଗ୍ରାଉଣ୍ଡ ଭଲ ହୋଇଛି । କିନ୍ତୁ ଫିଲ୍ମର ସଙ୍ଗୀତ ଆହୁରି ଭଲ ହୋଇପାରିଥାନ୍ତା ।

୩୫ କୋଟିର ଏହି ଫିଲ୍ମକୁ ପଦ୍ମାବତୀ ପରେ ସବବୁଠାରୁ ବଡ ରିଲିଜ ବୋଲି କୁହାଯାଉଛି । ୩୪୦୦ ସିନେମାଘରେ ଏହାକୁ ରିଲିଜ କରାଯାଇଛି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More