Only for Entertainment

ଫିଲ୍ମ ସମୀକ୍ଷା ‘ଗୋଲ୍ଡ’ : ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ଅକ୍ଷୟ କୁମାରଙ୍କ ସୁନ୍ଦର ଉପହାର ।

YouTube
0 37

Rating

6.9
Awesome
  • IMDb 8.6
  • Indianexpress 5
  • Navbharat times 7

ଫିଲ୍ମର ନାମ- ଗୋଲ୍ଡ
ନିର୍ଦ୍ଦେଶକ-ରିମା କାଗତୀ
ଷ୍ଟାରକାଷ୍ଟ- ଅକ୍ଷୟ କୁମାର, ବିନିତ କୁମାର ସିଂ, ଅମିକତ ଶାହ. କୃଣାଲ କପୁର, ମୌନି ରୟ, ସନି କୌଶଲ ।
ଅବଧି- ୨ ଘଣ୍ଟା ୩୪ ମିନିଟ
ସିର୍ଟିଫିକେଟ- ୟୁ/ଏ

ନିର୍ଦ୍ଦେଶକ ରିମା କାଗତି ତଲାସ ପରେ ଏବେ ଅକ୍ଷୟ କୁମାରଙ୍କ ସହିତ ହକିକୁ ମିଳିଥିବା ପ୍ରଥମ ଗୋଲ୍ଡକୁ ନେଇ ଫିଲ୍ମ ନିର୍ମାଣ କରିଛନ୍ତି । ୭୨ ତମ ସ୍ୱାଧୀନତା ଦିବସ ଅବସରରେ ଏହି ଫିଲ୍ମ ଆଜି ରିଲିଜ ହୋଇଛି । ଆସନ୍ତୁ ଜାଣିବା ଫିଲ୍ମ ରିଭ୍ୟୁ ବିଷୟରେ ।

କାହଣୀ-
ଫିଲ୍ମର କାହଣୀ ୧୯୩୬ରୁ ଆରମ୍ଭ ହୋଇଥାଏ ଯେବେ ବର୍ଲିନରେ ବ୍ରିଟିସ ଇଣ୍ଡିଆରେ ଭାରତର ହକି ଟିମ କମ୍ପାନୀ ଆସିଥାଏ । ଏହାର ଜୁନିଅର ମ୍ୟାନେଜର ଦାୟିତ୍ୱରେ ଥାନ୍ତି ତପନ ଦାସ (ଅକ୍ଷୟ କୁମାର) ଏବଂ ଏହାର ନେତୃତ୍ୱ ନେଇଥାନ୍ତି ସମ୍ରାଟ(କୃଣାଳ କପୁର) । ସେହି ବର୍ଷ ଇଣ୍ଡିଆ ଗୋଲ୍ଡ ଜିତି ନେଇଥାଏ ସତ କିନ୍ତୁ ଭାରତର ଜିତ ପରେ ଭାରତ ନୁହେଁ ବରଂ ବ୍ରିଟିଶ ପତାକା ଉଡାଯାଇଥାଏ ଯାହା ତପନଙ୍କୁ ପସନ୍ଦ ଆସିନଥାଏ । ସେ ସପଥ ନେଇଥାଏ ଯେବେ ବି ଭାରତୀୟ ହକି ଟିମ ଖେଳିବ ସେ ଭାରତୀୟ ପତାକା ଅନ୍ତର୍ଗତ ଖେଳିବ । ଏହାପରେ ଆଗକୁ କାହାଣୀ ଆଗକୁ ବଢିଥାଏ ଏବଂ ପୁଣିଥରେ ହକୁ ଟିମ ଗଠନ ହୋଇଥାଏ ଏବଂ ୧୯୪୮ରେ ଟିମ ଗୋଲ୍ଡ ଜିତି ୨୦୦ ବର୍ଷ ଗୁଲାମିର ବଦଲା ନେଇଥାଏ । ଏହି ଫିଲ୍ମର କାହାଣୀ ପୁରା ଭାବେ ଜାଣିବା ପରେ ଆପଣଙ୍କୁ ଫିଲ୍ମ ଦେଖିବାକୁ ପଡିବ ।

କ’ଣ ଦେଖିବେ ଫିଲ୍ମରେ-
ଫିଲ୍ମର କାହାଣୀ ଖୁବ ଦମଦାର ରହିଛି । ଫିଲ୍ମର ନିର୍ଦ୍ଦେଶନା ଖୁବ ଭଲ ହୋଇଛି । ସିନେମାଟୋଗ୍ରାଫି ଖୁବ ଭଲ ହୋଇଛି । ଯେଉଁଭଳି ଭାବେ ଫିଲ୍ମର ଲୋକେସନ ସିଲେକ୍ଟ କରାଯାଇଛି ତାହା ଖୁବ ପ୍ରଶଂସନୀୟ । ଫିଲ୍ମରେ ଦେଶଭକ୍ତିର ଛବି ଦେଖିବାକୁ ମିଳିଛି । ମୌନି ରୟଙ୍କ ଏହା ଡେବ୍ୟୁ ଫିଲ୍ମ । ଫିଲ୍ମରେ ସେ ଠିକ ଠାକ ଅଭିନୟ କରିଛନ୍ତି । ଅକ୍ଷୟ ପୁଣିଥରେ ପ୍ରମାଣିତ କରିଛନ୍ତି ସେ ଜମେ ଭଲ ଆକ୍ଟର ।

ଦୁର୍ବଳ ଭାଗ-
ଦେଖିବାକୁ ଗଲେ ଫିଲ୍ମରେ ସେମିତି କିଛି ଦର୍ବଳ ଭାଗ ଦେଖିବାକୁ ମିଳିବ ନାହିଁ । ଫିଲ୍ମର ଅବଧି ଛୋଟ କରାଯାଇପାରିଥାନ୍ତା ।

ବକ୍ସ ଅଫିସ-
ଫିଲ୍ମର ବଜେଟ ୮୦ କୋଟି ରହିଛି । ବକ୍ସ ଅଫିସରେ ଫିଲ୍ମର ଟକ୍କର ଜନ ଆବ୍ରାହମଙ୍କ ଫିଲ୍ମ ସତ୍ୟମେବ ଜୟତେ ସହିତ ହେଉଛି । ଏହା ପରେ ମଧ୍ୟ ଆପଣ ଏହି ଫିଲ୍ମକୁ ଦେଖିବାକୁ ଯିବା ଉଚିତ । ଏହି ଫିଲ୍ମ ବକ୍ସ ଅଫିସରେ କମାଲ କରିବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More