Only for Entertainment

ଫିଲ୍ମ ସମୀକ୍ଷା: ‘ନାନୁ କି ଜାନୁ’

you tube
0 75

Ratings

5.4
Average
  • IMDb 8.2
  • Book my show 6
  • scroll.in 2

ଫିଲ୍ମ ନାମ- ନାନୁ କି ଜାନୁ
ନିର୍ଦ୍ଦେଶକ- ଫରାଜ ହାଇଦର
ଷ୍ଟାର କାଷ୍ଟ- ଅଭୟ ଦେଓଲ, ପତ୍ରଲେଖା, ମନୁ ଋଷି ଚଢା
ଅବଧି- ୨ ଘଣ୍ଟା ୧୩ ମିନିଟ
ସାର୍ଟିଫିକେଟ- ୟୁ/ଏ

ନିର୍ଦ୍ଦେଶକ ପରାଜ ହାଇଦର ୨୦୧୩ରେ ‘ବାର ଛୋଡ ନା ୟାର’ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ଏହି ଫିଲ୍ମକୁ ମିଶ୍ର ପ୍ରତିକ୍ରିୟା ମିଳିଥିଲା । ଦୀର୍ଘ ପାଂଚ ବର୍ଷ ପରେ ସେ ହରର କମେଡି ଫିଲ୍ମ ‘ନାନୁ କି ଜାନୁ’ ଜରିଆରେ ଦର୍ଶକଙ୍କୁ ହସାଇବାକୁ ଚେଷ୍ଟା କରିଛନ୍ତି । ଫିଲ୍ମରେ ଅନେକ ବର୍ଷ ପରେ ଅଭୟ ଦେଓଲଙ୍କୁ ଦେଖିବାକୁ ମିଳିଛି ।

କାହାଣୀ
ଫିଲ୍ମର କାହାଣୀ ଦୀଲ୍ଲୀର ନାନୁ (ଅଭୟ ଦେଓଲ)ଙ୍କ ଉପରେ ଆଧାରିତ । ନାନୁର କାମ ହେଉଛି ଲୋକଙ୍କ ଘର ଗୁଡୁକି ହତିଆର କରିବା । ଏହି କାମରେ ନାନୁର ସାଙ୍ଗମାନେ ମଧ୍ୟ ତା’କୁ ସହଯୋଗ କରିଥାନ୍ତି । ତେବେ ଜାନୁ(ପତ୍ରଲେଖ)ର ଏଣ୍ଟ୍ରି ହେବାପରେ ନାନୁ ର ଜୀବନରେ ପରିବର୍ତ୍ତନ ଆସିଥାଏ । ନାନୁ ଯେଉଁ ଫ୍ଲାଟରେ ରହିଥାଏ ସେଠାରେ ଅନେକ ଅଦ୍ଭୁତ ଘଟଣା ଘଟିଥାଏ । ଲୋକଙ୍କୁ ଡରାଇ ସେମାନଙ୍କର ଘରରକୁ କବଜା କରୁଥିବା ନାନୁ ଭୂତକୁ ଡରିଥାଏ । ତେବେ ଏହାପରେ କ’ଣ ସବୁ ଘଟୁଛି ତାହା ଜାଣିବା ପାଇଁ ଆପଣଙ୍କୁ ସିନେମାଘରକୁ ଯିବା ପାଇଁ ପଡିବ ।

ଦୁର୍ବଳ ଭାଗ
ଫିଲ୍ମର ଟ୍ରେଲର ଦେଖିବା ପରେ ଲାଗୁଥିଲା ଫିଲ୍ମର କାହାଣୀ ଦମଦାର ହୋଇଥିବା । କିନ୍ତୁ ଫିଲ୍ମ ଦର୍ଶକଙ୍କୁ ନିରାଶ କରିଛି । ସେହିପରି ଅଭୟଙ୍କୁ ଫିଲ୍ମରେ ଦଖିଲେ ଜଣାପଡୁଛି ୟେ ଆକ୍ଟିଂ କରିବା ପାଇଂ ପ୍ରୟାସ କରୁଛନ୍ତି । ତାଙ୍କ ଠାରୁ ଫ୍ରି ଆକ୍ଟିଂ ଦେଖିବା ପାଇଁ ମିଳିନାହିଁ । ଫିଲ୍ମର ସ୍କ୍ରିନ ପ୍ଲେ ମଧ୍ୟ ଭଲ ହୋଇନାହିଁ ।

nanu-ki-jaanu-movie-reivew-759

ତେବେ କ’ଣ ଦେଖିବେ ଫିଲ୍ମରେ
ଅଭିନେତ୍ରୀ ପତ୍ରଲେଖାଙ୍କର ଫିଲ୍ମରେ କମ ସିନ ରହିଛି କିନ୍ତୁ ସେ ଭଲ ଅଭିନୟ କରିଛନ୍ତି । ସେହିପରି ମନୁ ଋଷି ଚଢାଙ୍କ ଡାଇଲଗ ଦର୍ଶକଙ୍କ ମୁହଁରେ ହସ ଆଣିପାରିଛି ।

ବକ୍ସ ଅଫିସ
ଫିଲ୍ମର ବଜେଟ ୧୦ କୋଟି ଖର୍ଚ୍ଚ ହୋଇଛି । ତେବେ ଫିଲ୍ମ ବକ୍ସ ଅଫିସରେ କମାଲ କରିପାରି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More