Only for Entertainment

ଫିଲ୍ମ ସମୀକ୍ଷା : ରାଜି

indianexpress
0 60

Ratings

7.6
Awesome
  • IMDb 7.7
  • The Indian Express 7
  • The Times of India 8

ଫିଲ୍ମର ନାମ- ରାଜି
ନିର୍ଦ୍ଦେଶକ- ମେଘନା ଗୁଲଜାର
ଷ୍ଟାର କାଷ୍ଟ- ଆଲିୟା ଭଟ୍ଟ, ଭିକି କୌଶଲ, ରଜିତ କପୁର, ଜୟଦୀପ ଅହଲାୱତ, ଅମୃତା କାନବିଲକର, ସୋନି ରାଜଦାନ
ଅବଧି- ୨ଘଣ୍ଟା ୨୦ ମିନିଟ
ସାର୍ଟିଫିକେଟ- ୟୁ/ଏ
ନିର୍ଦ୍ଦେଶିକା ମେଘନା ଗୁଲଜାର ‘ଫିଲହାଲ’ ଏବଂ ଆଋଷି ମର୍ଡର କେସ ଉପରେ ଆଧାରିତ ଫିଲ୍ମ ‘ତଲବାର’ ନିର୍ମାଣ କରିବା ପରେ ସତ ଘଟଣା ଉପରେ ଆଧାରିତ ଫିଲ୍ମ ‘ରାଜି’କୁ ଦର୍ଶକଙ୍କ ସାମ୍ନାକୁ ଆଣିଛନ୍ତି । ଆଲିୟା ଭଟ୍ଟଙ୍କ ଅଭିନୀତ ଏହି ଫିଲ୍ମ ଆଜି ରିଲିଜ ହୋଇଛି । ହରିନ୍ଦର ସିକ୍କାଙ୍କ ଉପନ୍ୟାସ ‘କଲିଂ ସହମତ’ ଉପରେ ଆଧାରିତ ଫିଲ୍ମ ‘ରାଜି’ କିପରି ହୋଇଛି ଆସନ୍ତୁ ଜାଣିବା ।

କାହାଣୀ-
ଫିଲ୍ମର କାହାଣୀ କାଶ୍ମୀରରେ ବାସ କରୁଥିବା ହିଦାୟତ ଖାନ (ରଜିତ କପୁର) ଏବଂ ତାଙ୍କ ପତ୍ନୀ ବେଗମ ତେଜୀ (ସୋନି ରାଜଦାନ)ଙ୍କ ଠାରୁ ଆରମ୍ଭ ହୋଇଛି । ଦୁହିଁଙ୍କ ଝିଅ ସହମତ(ଆଲିୟା ଭଟ୍ଟ) ଦିଲ୍ଲୀରେ ରହି ପଢନ୍ତି । ଭାରତର ଜାସୁସ ଟ୍ରେନିଂ ହେଡ ଖାଲିଦ ମୀର (ଜୟଦୀପ ଅହଲାୱତ) ହିଦାୟତଙ୍କ ଘନିଷ୍ଠ ବନ୍ଧୁ । ଖାଲିଦ କାମ ଦେଶର ସୁରକ୍ଷା ପାଇଁ ଗୁଇନ୍ଦା ସୂଚନା ମିଳିବା ମାତ୍ରେ ତାକୁ ସଠିକ ଯାଗାରେ ପହଁଚାଇବା । ଇତି ମଧ୍ୟରେ ଏପରି କିଛି ହୁଏ ଯାହା କାରଣରୁ ମଦମତଙ୍କ ବିବାହ ପାକିସ୍ତାନ ଆର୍ମି ଅଫିସରଙ୍କ ସାନ ପୁଅ ସେୟଦ(ଭିକି କୌଶଲ)ଙ୍କ ସହିତ ହୋଇଥାଏ । ପାକିସ୍ତାନରେ ରହି ସହମତ ଦେଶର ସୁରକ୍ଷା ପାଇଁ ଗୁଇନ୍ଦା ସୂଚନା ଭାରତକୁ ପଠାଇଥାଏ । ଏହା ମଧ୍ୟରେ ଫିଲ୍ମରେ ଅନେକ ଟୁଇଷ୍ଟ ଆସିଛି । ଏବଂ ଫିଲ୍ମରେ ୧୯୭୧ରେ ହୋଇଥିବା ଯୁଦ୍ଧ ବିଷୟରେ ବଡ ଖୁଲାସା ମଧ୍ୟ ହୋଇଛି । ଗୋଟିଏ ପଟେ ସହମତ ଭାରତର ଝିଅ ଏବଂ ଅନ୍ୟ ପକ୍ଷରେ ପାକିସ୍ତାନର ବୋହୂ । ଶେଷରେ କ’ଣ ହେଉଛି ତାହା ଜାଣିବା ପାଇଁ ଆପଣଙ୍କୁ ଫିଲ୍ମ ହଲକୁ ଯିବାକୁ ପଡିବ ।

କ’ଣ ଦେଖିବେ ଫିଲ୍ମରେ-

ଫିଲ୍ମର କାହାଣୀ ହରିନ୍ଦର ସିକ୍କାଙ୍କ ଉପନ୍ୟାସ ଉପରେ ଆଧାରିତ ହୋଇଛି ଏହା ସହିତ ଫିଲ୍ମର ସ୍କ୍ରିନ ପ୍ଲେ ଖୁବ ଭଲ ହୋଇଛି । ଏହି ପ୍ରକାର କାହାଣୀକୁ ଦର୍ଶାଇବା ସହଜ ନୁହେଁ । ମେଘନା ଗୁଲଜାରଙ୍କ ନର୍ଦ୍ଦେଶନା ଚମତ୍କାର ହୋଇଛି । ଫିଲ୍ମର ଲେକେସନ ମଧ୍ୟ ଭଲ ରହିଛି ।

ଫିଲ୍ମକୁ ଦେଖିଲେ ଜଣା ପଡୁନାହିଁ ଯେ ୨ଘଣ୍ଟା ୨୦ ମିନିଟର ଫିଲ୍ମଟି ମାତ୍ର ୪୯ ଦିନରେ ସୁଟିଂ ହୋଇଛି । ପଫମାନ୍ସକୁ ଦେଖିଲେ ଆଲିୟା ପୁଣିଥରେ ପ୍ରମାଣ କରିଛନ୍ତି ଯେ ସେ ଜଣେ ଭଲ ଅଭିନେତ୍ରୀ । ଭିକି ନିଜ ଚରିତ୍ରକୁ ଭଲଭାବେ ତୁଲାଇଛନ୍ତି । ଫିଲ୍ମର ଗୀତ ଗୁଡିକ ମଧ୍ୟ ଖୁବ ଭଲ ହୋଇଛି ।

ଦୁର୍ବଳ ଭାଗ-
ଫିଲ୍ମରେ ବିଶେଷ କିଛି ଦର୍ବଳ ଭାଗ ନାହିଁ । ଏହାର କାହାଣୀ ସମସ୍ତଙ୍କୁ ପସନ୍ଦ ଆସିବ ।

ବକ୍ସ ଅଫିସ-
ଫିଲ୍ମର ମୋଟ ବଜେଟ ପାଖାପାଖି ୩୦ କୋଟି । ତେବେ ଦେଖିବାକୁ ବାକି ରହିଲା ଫିଲ୍ମ ଫିଲ୍ମ ବକ୍ସ ଅଫିସରେ କେତେ ଆୟ କରିପାରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More