Only for Entertainment

‘ସିମ୍ବା’ ଟ୍ରେଲର ଲଂଚ ପାର୍ଟିରେ ରଣବୀର ସିଂ ଫିମେଲ ଫ୍ୟାନଙ୍କୁ କଲେ ଆଲିଙ୍ଗନ !

20

ରଣବୀର ସିଂ ନିଜ ଅପକମିଂ ଫିଲ୍ମ ‘ସିମ୍ବା’ ର ଟ୍ରେଲର ସୋମବାର ଲଂଚ କରଛନ୍ତି । ଏହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଟ୍ରେଲର ଲଂଚ ଇଭେଂଟରେ ରଣବୀରଙ୍କୁ କ୍ୟାମେରାରେ କ୍ୟାପଚର କରିବା ଲାଗି ଅନେକ ମିଡିଆକର୍ମୀ ସେଠାରେ ଉପସ୍ଥିତ ଥିଲେ । ଏହାସହ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ତାଙ୍କର ଗୋଟିଏ ଝଲକ ଦେଖିବା ଲାଗି ସେଠାରେ ପହଂଚିଥିଲେ , ସେମାନଙ୍କୁ ରଣବୀର ନିରାଶ କରି ନଥିଲେ ।
ଇଭେଂଟ ସରିଲା ପରେ ରଣବୀର କାର୍ଯ୍ୟକ୍ରମ ସ୍ଥଳୀରେ ପହଂଚିଲା ବେଳକୁ ମିଡିଆ ତାଙ୍କୁ ଘେରି ନେଇଥିଲା । ସେଠାରେ ଉପସ୍ଥିତ ଫିମେଲ ଫ୍ୟାନ ତାଙ୍କୁ ଦେଖିବା ଲାଗି ବଡ ଉତ୍ସୁକ ଥିଲେ । ରଣବୀର ମିଡିଆଙ୍କୁ ଦେଖା କରି ସେହି ଫ୍ୟାନ ମାନଙ୍କୁ ପାଖକୁ ଯାଇଥିଲେ । ଏତେ ଭିଡ ଥାଇ ମଧ୍ୟ ରଣବୀର ନିଜ ଫିମେଲ ଫ୍ୟାନମାନଙ୍କ ପାଖକୁ ଯାଇ ସେମାନଙ୍କ ଇଚ୍ଛା ପୂରଣ କରିଥିଲେ ଏବଂ ସେମାନଙ୍କୁ ଆଲିଙ୍ଗନ କରିଥିଲେ ।

 

View this post on Instagram

 

Baba arrives #ranveersingh

A post shared by Viral Bhayani (@viralbhayani) on


ରଣବୀରଙ୍କ ଏଭଳି ବ୍ୟବହାର ଦେଖି ପ୍ରଶଂସକ ଖୁବ ଖୁସି ହୋଇଯାଇଥିଲେ । ଏହାପରେ ରଣବୀର ମିଡିଆକର୍ମୀଙ୍କୁ ଦେଖା କରି ପଳାଇଥିଲେ । ରଣବୀର ସିଂ ଏହି ଅଭିନେତା ମାନଙ୍କ ମଧ୍ୟରୁ ଜଣେ ଯିଏକି ଫ୍ୟାନ ମାନଙ୍କୁ ଖୁସି କରିବା ଲାଗି ଅନେକ ପ୍ରୟାସ କରିଥାଆନ୍ତି । ଏହିକାରଣରୁ ଲୋକମାନେ ଖୁବ ଲାଇକ ମଧ୍ୟ କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More